ଜେଲରେ ଅପରାଧୀଙ୍କ ଗଳା କାଟିଲେ!
ଜେଲରେ ଅପରାଧୀଙ୍କ ଗଳା କାଟିଲେ!
ଭୁବନେଶ୍ୱର : ପୁରୀ ଜେଲରେ ବିଚାରଧୀନ ବନ୍ଦୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳ । ଦାବାବଟି ଆଦାୟ ଅଭିଯୋଗରେ ପପୁ ଗିରଫ ହୋଇଥିଲେ । ତେବେ ଜେଲ୍ ଭିତରେ କିଏ ଓ କାହିଁକି ହତ୍ୟା ଉଦ୍ୟମ କରିଛି ଜଣାପଡି ନାହିଁ । ଛୁରାମାଡ ପରେ ପପୁଙ୍କୁ ଡାକ୍ତଖାନା ଅଣାଯାଇ ଚିକିତ୍ସା ଜାରି ରହିଛି । ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ ଚଳିତ ମାସ ୨୩ତାରିଖରେ ଏକ ଅଂଚଳରୁ ଦାଦାବଟି ମାଗୁଥିବାରୁ ପୋଲିସ୍ ତାଙ୍କୁ ଗିରଫ କରିଥିଲା । ତେବେ ପୋଲିସ୍ କଷ୍ଟଡି ଭିତରେ ଥାଇ ବି କିଭଳି ଏହି ଅଭାବନୀୟ କାଣ୍ଡ ଘଟିଲା, ତାହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।




admin 