ଜୁଲାଇ ୩୧ ପରେ ସ୍କୁଲ ଖୋଲାଯିବା ନେଇ ନିଆଯିବ ନିଷ୍ପତ୍ତି:ଗଣଶିକ୍ଷା ମନ୍ତ୍ରୀ

ଜୁଲାଇ ୩୧ ପରେ ସ୍କୁଲ ଖୋଲାଯିବା ନେଇ ନିଆଯିବ ନିଷ୍ପତ୍ତି:ଗଣଶିକ୍ଷା ମନ୍ତ୍ରୀ

ଜୁଲାଇ ୩୧ ପରେ ସ୍କୁଲ ଖୋଲାଯିବା ନେଇ ନିଆଯିବ ନିଷ୍ପତ୍ତି:ଗଣଶିକ୍ଷା ମନ୍ତ୍ରୀ
କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ପାଇଁ ସ୍କୁଲ,କଲେଜ ବନ୍ଦ । ପିଲାଙ୍କ ପାଠପଢାରେ ଡୋରି ବାନ୍ଧିଯାଇଛି । ଏହାକୁ ନେଇ ପିଲାଙ୍କ ସମେତ ଅଭିଭାବକମାନେ ବି ଚିନ୍ତାରେ ଅଛନ୍ତି । ତେବେ ଜୁଲାଇ ୩୧ ତାରିଖ ପରେ ସ୍କୁଲ ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହାଛଡ଼ା +୨ର ବାକି ଥିବା ପରୀକ୍ଷା ନେଇ ମଧ୍ୟ ଏଯାଏ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ପକ୍ଷରୁ ୨୨ ଲକ୍ଷ ଅନଲାଇନକୁ ଆସିଛନ୍ତି । ଅନଲାଇନରେ ପିଲା ବିଭିନ୍ନ ଟପିକ କୋର୍ସ ଆଧାରରେ ପଢିବେ । ଏନେଇ ଗୁରୁତ୍ୱ ଦିଆଯିବ । ଏନେଇ ଏକ ଏକ୍ସପର୍ଟ କମିଟି ଗଠନ ହୋଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଉକ୍ତ କମିଟି ତାହାର ରିପୋର୍ଟ ଦେବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।