ଜାରି ରହିଛି ବଜେଟ୍, ବର୍ତ୍ତମାନ ଯାଏଁ ବଜେଟ୍‌ର ୨୦ ବଡ଼ ଘୋଷଣା

ଜାରି ରହିଛି ବଜେଟ୍, ବର୍ତ୍ତମାନ ଯାଏଁ ବଜେଟ୍‌ର ୨୦ ବଡ଼ ଘୋଷଣା

ଜାରି ରହିଛି ବଜେଟ୍, ବର୍ତ୍ତମାନ ଯାଏଁ ବଜେଟ୍‌ର ୨୦ ବଡ଼ ଘୋଷଣା

ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଆସନ୍ତୁ ଜାଣିବ କ୍’ଣ କଣ ବଡ଼ ଘୋଷଣା କରାଯାଉଛି। 

୧)  ଦେଶରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ

୨) ୧୦୦ ଗତିଶକ୍ତି କାର୍ଗୋ ଟ୍ରେନ୍‌ ଚଳାଚଳ କରିବ। 

୩) ଭାରତୀୟ ଜୀବନ ବୀମାରେ ଆଇପିଓ (ଓଚଙ) ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ ଯୋଜନା କରାଯିବ।

୪) କୃଷକମାନେ ବ୍ୟବହାର କରିବେ ଡ୍ରୋନ୍ 

୫) ଅର୍ଗାନିକ୍‌ ଫାର୍ମିଂ ଉପରେ ଗୁରୁତ୍ବ 

୬) ଡ୍ରେନ୍‌ରେ ସିଞ୍ଚନ ହେବ କୀଟ ନାଷକ ଔଷଧ

୭) ଘର ଘର ନଳ ଯୋଜନାର ବିସ୍ତାର

୮) ଷ୍ଟାର୍ଟଅପ୍‌ ପାଇଁ ଡ୍ରେନ୍‌ଶକ୍ତି ଯୋଜନା

୯) ୮୦ ଲକ୍ଷ ଘରକୁ ପିଏମ୍‌ ଆବାସ ଯୋଜନା

୧୦) ୨ ଲକ୍ଷ ଅଙ୍ଗନୱାଡ଼ିର ବିସ୍ତାର

୧୧) ଏମ୍‌ଏସ୍‌ଏମ୍ଇର ସହାୟତା ପାଇଁ ୫ ବର୍ଷିୟା ଯୋଜନା

୧୨) ୨୦୦ ଚ୍ୟାନେଲ୍‌ରେ ପିଏମ୍‌ ଇ-ବିଦ୍ୟା ଯୋଜନା

୧୩)  ୩. ୮୨ କୋଟି ଲୋକଙ୍କ ଘରେ ପାନୀୟ ଜଳ ପହଞ୍ଚିବା ଯୋଜନା

୧୪) ପୂର୍ବୋତ୍ତର ରାଜ୍ୟର ବିକାଶ ପାଇଁ ୧୫ ହଜାର କୋଟିର ଯୋଜନା

୧୫) ନଳରେ ଜଣେ ଯୋଜନା ପାଇଁ ୬୦ ହଜାର କୋଟି

୧୬) କୃଷି ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଗୁରୁତ୍ବ

୧୭) ପୋଷ୍ଟ ଅଫିସ୍‌ ଓ ବ୍ୟାଙ୍କକୁ ଯୋଡ଼ାଯିବ

୧୮) ୨୫ ହଜାର କିଲୋମିଟର ଜାତୀୟ ରାଜପଥ

୧୯) ଛୋଟ ବ୍ୟବସାୟୀଙ୍କୁ ସୁବିଧା

୨୦) ନ୍ୟାସନାଲ୍‌ ଟେଲି ହେଲ୍‌ଥ ମେଣ୍ଟଲ ଯୋଜନା