ଜାଣନ୍ତୁ ରାଜ୍ୟରେ ମଦ ଶସ୍ତା ହେବାର କାରଣ
ଜାଣନ୍ତୁ ରାଜ୍ୟରେ ମଦ ଶସ୍ତା ହେବାର କାରଣ
ଭୁବନେଶ୍ୱର: ରାଜ୍ୟରେ ବିଦେଶୀ ମଦର ମୂଲ୍ୟ ଶସ୍ତା ହେବାକୁ ଯାଉଛି। ନୂତନ ଅବକାରୀ ନୀତି (୨୦୨୨-୨୩)ରେ ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ସରକାର ଉପôାଦ ଶୁଳ୍କ ହ୍ରାସ କରିଛନ୍ତି । ପଡୋଶୀ ରାଜ୍ୟ ସହ ଆମ ରାଜ୍ୟରେ ଥିବା ଦର ପ୍ରଭେଦକୁ ଦୂର କରିବା ଓ ଉତ୍ତମମାନର ମଦ ଯୋଗାଇବା ପାଇଁ ଏହି ଶୁଳ୍କ ହ୍ରାସ ହୋଇଥିବା କୁହାଯାଇଛି । ତେବେ ଆମ ରାଜ୍ୟରେ ତିଆରି ହେଉଥିବା ବିଦେଶୀ ମଦ (ଆଇଏମ୍ଏଫଏଲ) ଉପରେ ଶୁଳ୍କ ଅପରିବର୍ତ୍ତିତ ରହିଛି । ଏଣୁ ଆଇଏମ୍ଏଫଏଲ୍ ଶସ୍ତା ହେବ ନାହିଁ ।
ପୂର୍ବରୁ ବିଦେଶରେ ତିଆରି ମଦର ଦର ଉଚ୍ଚା ରହୁଥିଲା । ଏହାକୁ ସାଧାରଣ ଗ୍ରାହକ ଉପଭୋଗ କରିପାରୁନଥିଲେ । ନୂଆ ନୀତିରେ ନାଗରିକଙ୍କର ସ୍ୱାସ୍ଥ୍ୟ ପ୍ରତି ସରକାର ଯତ୍ନବାନ ହୋଇ ସାଧାରଣ ଗ୍ରାହକ ଯେଭଳି କମ୍ ଦାମରେ ଉତ୍ତମ ମାନର ମଦ ପାଇପାରିବେ ସେ ବ୍ୟବସ୍ଥା କରିଛନ୍ତି । ନୂଆ ନୀତିରେ ଲାଇସେନ୍ସ ଫି, ଏମଜିକୁ୍ୟ (ମିନିମମ୍ ଗ୍ୟାରେଣ୍ଟେଡ କୋଟା), ପ୍ରସ୍ତୁକାରୀ ସଂସ୍ଥା ଯୋଗାଣକାରୀ ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବଢିଛି । ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରମିୟମ୍ ଅଫ ସପ୍ ଖୋଲାଯିବାକୁ ମଧ୍ୟ ବ୍ୟବସ୍ଥା ରହିଛି । ସେହିଭଳି ମାଇକ୍ରୋ ବ୍ରେଭେରି ପଲସି ମଧ୍ୟ ପରିବର୍ତ୍ତନ ହୋଇଛି ।
ଅନ୍ୟପଟେ ଠାକୁରଙ୍କ ନାଁ କିମ୍ବା କୌଣସି ବିଶିଷ୍ଟ ଲୋକଙ୍କ ନାମରେ କୌଣସି ମଦଦୋକାନ ନାଁ ଦିଆଯିବ ନାହିଁ । ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ କଲା ଭଳି କୌଣସି ନାଁ ରହିଲେ ତାହାକୁ ପଞ୍ଜୀକରଣ କରାଯିବନାହିଁ । ସେହିପରି ଦୋକାନୀମାନେ ସରକାରୀ ମଦ ଦୋକାନ ନଲେଖି ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ବୋଲି ଲେଖିବେ । ପ୍ରତ୍ୟେକ ବୋତଲ ଉପରେ ଏମଆରପି ଲେଖାଯିବ । ଏହାଠାରୁ ଯିଏ ଅଧିକ ଦରରେ ମଦ ବିକ୍ରି କରିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋକାନୀ ଗ୍ରାହକଙ୍କୁ ରସିଦ ଦେବାକୁ ବାଧ୍ୟ ବୋଲି ମଧ୍ୟ ନୂତନ ନୀତିରେ ସ୍ପଷ୍ଟ କରାଯାଇଛି ।




admin 