ଜାଣନ୍ତୁ ଗୋଟିଏ ହାତରେ ପାନୀୟ ପ୍ରସ୍ତୁତ କରୁଛି: ରୋବୋ

ଜାଣନ୍ତୁ ଗୋଟିଏ ହାତରେ ପାନୀୟ ପ୍ରସ୍ତୁତ କରୁଛି: ରୋବୋ

ଜାଣନ୍ତୁ ଗୋଟିଏ ହାତରେ ପାନୀୟ ପ୍ରସ୍ତୁତ କରୁଛି: ରୋବୋ
କାଲିଫର୍ନିଆ ସ୍ଥିତ ଷ୍ଟାର୍ଟଅଫ କମ୍ପାନି ‘ବ୍ଳେଂଟିଡ’ ଗୋଟିଏ ହାତ ବିଶିଷ୍ଟ ରୋବେ ନିର୍ମାଣ କରିଛି । ଦୁଇ ମିନିଟ କିମ୍ବା ତାଠାରୁ କମ ସମୟ ମଧ୍ୟରେ କ୍ଷୀର ଓ ଫଳ ମିଶ୍ରଣରେ ପ୍ରସ୍ତୁତ ଏକ ପ୍ରକାର ଥଣ୍ଡା ପାନୀୟ ମଧ୍ୟ ପ୍ରସ୍ତୁତ କରୁଛି । ସାନ ଫ୍ରାନ୍ସିସ୍କୋ ବିଶ୍ୱବିଦ୍ୟାଳୟରେ ରୋବୋକୁ ବ୍ୟବହାର କରାଯାଇଛି । ରୋବୋ ଦ୍ୱାରା ପ୍ରସ୍ତୁତ ପାନୀୟର ସ୍ୱାଦ ଚାଖିବାକୁ ହେଲେ, ପ୍ରଥମେ ଉକ୍ତ ରୋବୋ କମ୍ପାନି ନିର୍ମିତ ମୋବାଇଲ ଆପ ମାଧ୍ୟମରେ ଡିଙ୍କସ ଅଡର ଦେବାକୁ ହେବ । କେଉଁ ସାମଗ୍ରୀ କମ ବା ବେଶି ପରିମାଣ ମିଶିବ, ଗ୍ରାହକ ଚାହିଁଲେ ତାର ବିବରଣୀ ଆପ ମାଧ୍ୟମରେ ଦେଇପାରିବେ । ଗ୍ରାହକଙ୍କ ତଥ୍ୟ ଅନୁସାରେ ରୋବୋ ପାନୀୟ ପ୍ରସ୍ତୁତ କରିବ । ପ୍ରତ୍ୟେକ ପାନୀୟର ମୂଲ୍ୟ ୬ ଡଲାର ( ୪୧୩) । ରୋବୋ ନିର୍ମାଣରେ ୭୦ ହଜାର ଡଲାର ଖର୍ଚ୍ଚ ହୋଇଛି ।