ଜଷ୍ଟିସ ପି.ସି. ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ

ଜଷ୍ଟିସ ପି.ସି. ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ

ଜଷ୍ଟିସ ପି.ସି.  ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ
ଜଷ୍ଟିସ ପିନାକୀ ଚନ୍ଦ୍ରଘୋଷ ହେଲେ ଦେଶର ପ୍ରଥମ ଲୋକପାଳ । ଘୋଷଙ୍କୁ ମଙ୍ଗଳବାର ନିଯୁକ୍ତ କରାଯାଇଛି । ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ୮ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଜୁଡିଆସିଆଲ ସଦସ୍ୟ ଭାବେ ଜଷ୍ଟିସ ଦିଲ୍ଲୀପ ବି. ଘୋଷଲେ, ଜଷ୍ଟିସ ପି.କେ ମହାନ୍ତି, ଜଷ୍ଟିସ ଅଭିଳାଷା କୁମାରୀ, ଜଷ୍ଟିସ ଏ.କେ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ।ସୂଚନାଯୋଗ୍ୟ, ୨୦୧୭ ମସିହା ମେ ମାସରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍ ଘୋଷ ବର୍ତ୍ତମାନ ନେସନାଲ୍ ହ୍ୟୁମାନ ରାଇଟସ କମିସନ(ଏନଏଚଆରସି)ର ସଦସ୍ୟ ଅଛନ୍ତି । ମାର୍ଚ ୭ ତାରିଖରେ ସୁପ୍ରିମ୍ କୋର୍ଟ ମୋଦି ସରକାରଙ୍କୁ ୧୦ ଦିନ ଭିତରେ ଲୋକପାଳ ନିର୍ବାଚନ ପାଇଁ କମିଟି ଗଠନ କରିବାର ସାମ୍ଭବ୍ୟ ତାରିଖ କହିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଘୋଷଙ୍କୁ ନିଯୁକ୍ତି ମିଳିବା ସହ ଲୋକପାଳ ନିଯକ୍ତିରେ ଅନ୍ୟ ୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।