ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼!, ଜାଣନ୍ତୁ କାରଣ
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼!, ଜାଣନ୍ତୁ କାରଣ
admin
Nov 16, 2020 - 05:35
Updated: Nov 16, 2020 - 05:35
ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ସର୍ବସାଧାରଣରେ ଚାବୁକ ମାଡ଼ ହୋଇଛି । ଦୁର୍ଗ ଜିଲ୍ଲାର ଯାଞ୍ଜଗିରିରେ ଆୟୋଜିତ ଗୌରୀଗୌର ପୂଜା ଉତ୍ସବରେ ମୁଖ୍ୟମନ୍ତ୍ରୀ ବଘେଲ ଯୋଗ ଦେଇଥିବା ବେଳେ ତାଙ୍କୁ ଚାବୁକ ମାଡ଼ ହୋଇଥିଲା । ଚାବୁକ ମାଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏହି ଚାବୁକ ମାଡ଼ ଅପରାଧ ପାଇଁ ନୁହେଁ ବରଂ ରାଜ୍ୟ ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ମୁଖ୍ୟମନ୍ତ୍ରୀ ଏହି ଚାବୁକ ମାଡ଼ ଖାଇଛନ୍ତି । ପରମ୍ପରା ଅନୁଯାୟୀ ରବିବାର ଗୌର-ଗୌରୀ ପୂଜା ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ମନ୍ଦିରର ପରମ୍ପରା ଅନୁଯାୟୀ ଚାବୁକ ପ୍ରହାରର ବ୍ୟବସ୍ଥା ରହିଛି । ପରମ୍ପରା ଅନୁଯାୟର ପୂଜକ ବୀରେନ୍ଦ୍ର ଠାକୁର ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତକୁ ଚାବୁକରେ ପ୍ରହାର କରିଥିଲେ । ଦୀପାବଳୀ ଅବସରରେ ସମ୍ଭାବ୍ୟ ଅନିଷ୍ଠକୁ ଦୂର କରିବା ଲାଗି ଗୌରୀ ଗୌର ପୂଜା ହୋଇଥାଏ । ଏହି ଘଟଣା ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ସୁନ୍ଦର ପରମ୍ପରା । ରାଜ୍ୟର ବିକାଶ ପାଇଁ ରହିଥିବା ବିଶ୍ୱାସ କାରଣରୁ ସେ ଏପରି କରିଥିବା ନେଇ ବାଘେଲ କହିଛନ୍ତି । ଏହା ପଛରେ ରହିଥିବା ବିଶ୍ୱାସ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ଲାଗି ଉଦ୍ଧିଷ୍ଟ ପ୍ରତକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟରେ ଉନ୍ନତି ହେବ । କରୋନା ସଂକ୍ରମଣରେ ହ୍ରାସ ସହିତ ରାଜ୍ୟର ଅର୍ଥନୀତି ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି ।