ଛତା ଧରି ପାଠ ପଢୁଛନ୍ତି ପିଲା

ଛତା ଧରି ପାଠ ପଢୁଛନ୍ତି ପିଲା

ମଧ୍ୟପ୍ରଦେଶ : ସ୍ମାର୍ଟ ଯୁଗରେ ଭାରତରେ ଗ୍ରାମାଳରେ ପରିସ୍ଥିତି ଏକଦମ ଦୟନୀୟ  । ମଧ୍ୟପ୍ରଦେଶ ସିବନୀ ଜିଲ୍ଲା ଘନେଶୋର ବିଦ୍ୟାଳରେ ଏହି ଘଟଣାଟି  । ଘନେଶୋର ଅଂଚଳରରେ ବର୍ଷା ହେଲେ  ଛାତ୍ରଛାତ୍ରୀଙ୍କ ଅବସ୍ଥା ଅସମ୍ଭାଳ  । ଶ୍ରେଣୀ ଗୃହରେ ଛାତରୁ ବର୍ଷା ପାଣି  ଗଳିବାରେ ଲାଗିଛି  । ବର୍ଷା ଦିନେ ପିଲାଏ ଛତା ଧରି ପାଠ ପଢୁଛନ୍ତି  । ଏନେଇ ବିଦ୍ୟାଳୟ କତ୍ତୃପକ୍ଷ ଉଚ୍ଚ ଅଧିକାରୀଙ୍କ ପାଖେ ବାରମ୍ବାର ଲିଖିତ ଅଭିଯୋଗ  କରିବା ସତ୍ତ୍ୱେ ଫଳ କିଛି ମିଳୁ ନାହିଁ  । ମହାନଗରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସଂଖ୍ୟାଧିକ ସୁବିଧା ମିଳୁଛି  । ହେଲେ ଗାଁ ଗହଳିରେ ଅବସ୍ଥା ଏବେ ମଧ୍ୟ ସୁଧୁରି ନାହଁ  । ବର୍ଷା ଦିନରେ  ଘନେଶୋର ବାସିନ୍ଦା ତାଙ୍କ ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ସୁରକ୍ଷିତ ମଣିନଥାନ୍ତି  ।