ଚାଷୀ ଆନେ୍ଦାଳନ ଥମିବାର ନାଁ ଧରୁନାହିଁ : ପୁଣି ସିଂଘୁ ସୀମାରେ ହିଂସାକାଣ୍ଡ

ଚାଷୀ ଆନେ୍ଦାଳନ ଥମିବାର ନାଁ ଧରୁନାହିଁ : ପୁଣି ସିଂଘୁ ସୀମାରେ ହିଂସାକାଣ୍ଡ

ଚାଷୀ ଆନେ୍ଦାଳନ ଥମିବାର ନାଁ ଧରୁନାହିଁ  : ପୁଣି ସିଂଘୁ ସୀମାରେ ହିଂସାକାଣ୍ଡ
ନୂଆଦିଲ୍ଲୀ : ଚାଷୀ ଆନେ୍ଦାଳନ ଥମିବାର ନାଁ ଧରୁନାହିଁ । ସିଂଘୁ ସୀମାରେ ଏବେବି ଚାଷୀମାନେ ବିକ୍ଷୋଭ ଜାରି ରଖିଥିବାବେଳେ ପୁଲିସ ଓ ଚାଷୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ଥାନା ଅଧିକାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ହରପ୍ରୀତ ସିଂହ ନାମକ ଜଣେ ବିକ୍ଷୋଭକାରୀ ପୁଲିସ କର୍ମଚାରୀଙ୍କ କାର ନେଇ ପଳାଇ ଯାଉଥିଲା । ପୁଲିସ ତାଙ୍କର ପିଛା କରୁଥିବାବେଳେ ସେ ନିଜ ତଲୱାରରେ ଜଣେ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲା । ଥାନା ଅଧିକାରୀଙ୍କୁ ହାଣି ଏକ ସ୍କୁଟରରେ ସେ ଫେରାର ହେବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା । ପୁଲିସ ତା ବିରୋଧରେ ଚୋରି ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫାରେ ମାମଲା ରୁଜୁ କରିଛି । ଅପରପକ୍ଷରେ ଲାଲ କିଲା ହିଂସାକାଣ୍ଡର ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମନିନ୍ଦର ସିଂହ ଓରଫ ମୋନି ନାମକ ଏହି ଅଭିଯୁକ୍ତର ବୟସ ୩୦ ବର୍ଷ ହୋଇଥିବାବେଳେ ସେ ପେଶାରେ ଜଣେ ମେକାନିକ ବୋଲି ଜଣାପଡ଼ିଛି ।