ଟିକରୀ ସୀମାରେ ଆଉ ଜଣେ ଚାଷୀଙ୍କ ମୃତୁ୍ୟ
ଟିକରୀ ସୀମାରେ ଆଉ ଜଣେ ଚାଷୀଙ୍କ ମୃତୁ୍ୟ
admin
Feb 17, 2021 - 05:44
Updated: Feb 17, 2021 - 05:44
ନୂଆଦିଲ୍ଲୀ : ଟିକରୀ ସୀମାରେ ଆଉ ଜଣେ ଚାଷୀଙ୍କ ମୃତୁ୍ୟ ହୋଇଯାଇଛି । କିସାନ ସୋସିଆଲ ଆର୍ମିର ଅଙ୍କୁରଙ୍କ ସୂଚନା ଅନୁଯାୟୀ, ମୃତ ଚାଷୀଙ୍କ ନାମ ଶମସେର ସିଂହ ହୋଇଥିବାବେଳେ ସେ ଲୁଧିଆନା ଜିଲ୍ଲାର ପିଣ୍ଡଝୋଲାର ବାସିନ୍ଦା । ଗତ କିଛି ସପ୍ତାହ ଧରି ସେ ଟୀକରୀ ସୀମାରେ ଚାଲିଥିବା ଚାଷୀ ଆନେ୍ଦାଳନରେ ସାମିଲ ହୋଇ ଆସିଛନ୍ତି । ଧାରଣାସ୍ଥଳୀରେ ସେ ଚାଷୀଙ୍କ ସହ ଆନେ୍ଦାଳନ କରୁଥିବାବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତୁ୍ୟ ଘଟିଥିଲା । ଏପର୍ଯ୍ୟନ୍ତ ସୀମାରେ ଚାଲିଥିବା ଚାଷୀ ଆନେ୍ଦାଳନରେ ୨୦ ଜଣ ଚାଷୀଙ୍କର ମୃତୁ୍ୟ ଘଟିଥିବା ନେଇ ଚାଷୀ ନେତାମାନେ ଦାବି କରିଛନ୍ତି ।
ଚାଷୀ ଆନେ୍ଦାଳନ ଥମିବାର ନାଁ ଧରୁନାହିଁ । ସିଂଘୁ ସୀମାରେ ଏବେବି ଚାଷୀମାନେ ବିକ୍ଷୋଭ ଜାରି ରଖିଥିବାବେଳେ ପୁଲିସ ଓ ଚାଷୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ଥାନା ଅଧିକାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ହରପ୍ରୀତ ସିଂହ ନାମକ ଜଣେ ବିକ୍ଷୋଭକାରୀ ପୁଲିସ କର୍ମଚାରୀଙ୍କ କାର ନେଇ ପଳାଇ ଯାଉଥିଲା । ପୁଲିସ ତାଙ୍କର ପିଛା କରୁଥିବାବେଳେ ସେ ନିଜ ତଲୱାରରେ ଜଣେ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲା । ଥାନା ଅଧିକାରୀଙ୍କୁ ହାଣି ଏକ ସ୍କୁଟରରେ ସେ ଫେରାର ହେବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା । ପୁଲିସ ତା ବିରୋଧରେ ଚୋରି ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫାରେ ମାମଲା ରୁଜୁ କରିଛି । ଅପରପକ୍ଷରେ ଲାଲ କିଲା ହିଂସାକାଣ୍ଡର ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମନିନ୍ଦର ସିଂହ ଓରଫ ମୋନି ନାମକ ଏହି ଅଭିଯୁକ୍ତର ବୟସ ୩୦ ବର୍ଷ ହୋଇଥିବାବେଳେ ସେ ପେଶାରେ ଜଣେ ମେକାନିକ ବୋଲି ଜଣାପଡ଼ିଛି ।