ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ

ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ

ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ବଡ ଲୁଟେରା ଗ୍ୟାଙ୍ଗ ଗିରଫ ହୋଇଛି । ଏମାନେ କୁଖାତ ଲୁଟେରା ଭାବେ ଗଣା ଯାଆନ୍ତି । ଦିନ ଦିପହରେ ଲୁଟ କରିବା ପ୍ରାରଙ୍ଗମ ଅଟନ୍ତି । ଏହି ୪ ଜଣ ଲୁଟେରାଙ୍କୁ ସ୍ୱେଶାଲ ସ୍କ୍ୱାଡ ଗିରଫ କରିଛି । ଲୁଟେରାଙ୍କ ଠାରୁ ୮୦ ଗ୍ରାମର ୧୨ଟି ଚେନ୍ ଓ ୩ଟି ବାଇକ ଜବତ କରାଯାଇଛି । ଜବତ ୧୨ଟି ଚେନର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିଲେ ଏହି ୪ ଜଣ ଲୁଟେରା । ରୋଡରେ ଚେନ ଛଡାଇ ନେବାରେ ଏହି ଲୂଟେରା ମାନେ ମାହିର ଅଛନ୍ତି ।