ଚାଷୀଙ୍କ ବିକାଶ ହେଉଛି : କୃଷିମନ୍ତ୍ରୀ ଅରୁଣ ସାହୁ

ଚାଷୀଙ୍କ ବିକାଶ ହେଉଛି : କୃଷିମନ୍ତ୍ରୀ ଅରୁଣ ସାହୁ

ଚାଷୀଙ୍କ ବିକାଶ ହେଉଛି : କୃଷିମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର: ଚାଷୀଙ୍କ ବିକାଶ ହେଉଛି । ଆଗକୁ ଏହି ଧାରା ଆଗେଇ ଚାଲିବ ବୋଲି ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ବିଧାନସଭାରେ କୃଷି ଓ କୃଷକଙ୍କ ସମସ୍ୟା ଉପରେ ମୁଲତବୀ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି । ପ୍ରକାଶ ଯେ, ମୁଲତବୀ ଆଲୋଚନାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବର୍ଷିଥିଲେ । ଜଳସେଚନରେ ରାଜ୍ୟ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ । ଏହାଛଡ଼ା ଧାନର ଏମଏସପି ମିଳୁନଥିବା ସେ ଅଭିଯୋଗ କରିଥିଲେ । ପ୍ରକୃତ କାଳିଆ ହିତାଧିକାରୀ ଓ ଧାନର ଅଭାବୀ ବିକ୍ରି ନେଇ ମଧ୍ୟ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଥିଲେ । ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ମୁଲତବୀ ଆଲୋଚନାବେଳେ ମଣ୍ଡି ସମସ୍ୟା ଉଠାଇଥିଲେ । ଚାଷୀ ଆତ୍ମହତ୍ୟା, କୀଟନାଶକ ଓ ସାରର କଳାବଜାରୀ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ତେବେ ମୁଲତବୀ ପ୍ରସ୍ତାବର ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କ ପାଇଁ ଉଦାସୀନ ନୁହନ୍ତି । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଛନ୍ତି । ଚାଷୀଙ୍କ ବିକାଶ ହେଉଛି । ଆଗକୁ ଏହି ଧାରା ଆଗେଇ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ତେବେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।