ଚାଷୀଙ୍କ କଥା ଫୋନ୍‍ କରି ବୁଝିବେ ମୁଖ୍ୟମନ୍ତ୍ରୀ, ଭଲ କାମ କଲେ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ

ଚାଷୀଙ୍କ କଥା ଫୋନ୍‍ କରି ବୁଝିବେ ମୁଖ୍ୟମନ୍ତ୍ରୀ, ଭଲ କାମ କଲେ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ

ଚାଷୀଙ୍କ କଥା ଫୋନ୍‍ କରି ବୁଝିବେ ମୁଖ୍ୟମନ୍ତ୍ରୀ, ଭଲ କାମ କଲେ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ
ଭୁବନେଶ୍ୱର - ଥାନା ଓ ଡାକ୍ତରଖାନା ଅବସ୍ଥା ସୁଧାରିବା ପାଇଁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ପ୍ରଥମେ ଗୃହ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଥିଲା । ଏହା ଫଳରେ ଜନସାଧାରଣଙ୍କ ସହିତ ପ୍ରଶାସନର ସିଧାସଳଖ ସମ୍ପୃକ୍ତି ସମ୍ଭବ ହୋଇଛି ଏବଂ ଲୋକଙ୍କ ମତାମତ ଆଧାରରେ ଥାନା ଓ ଡାକ୍ତରଖାନା କ୍ଷେତ୍ରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ସଫଳତାକୁ ଆଧାର କରି ମୋ ସରକାର କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ସାମିଲ କରାଯାଇଛି । ରାଜ୍ୟର ୭୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ଏ କ୍ଷେତ୍ରରେ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ଏ କ୍ଷେତ୍ରକୁ ଅଧିକ କି୍ରୟାଶୀଳ କରିବା ଲକ୍ଷ୍ୟରେ ଉକ୍ତ ବିଭାକୁ ମୋ ସରକାର କାର୍ଯ୍ୟକ୍ରମ ପରିସରଭୁକ୍ତ କରାଯାଇଛି । ସରକାର ଏଣିକି ସିଧାସଳଖ ଲୋକଙ୍କ ପାଇଁକୁ ଯାଇ ସେମାନଙ୍କ ମତାମତ ଆଧାରରେ ବିକାଶ କାର୍ଯ୍ୟ ହାତକୁ ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଚାଷୀଙ୍କ କଥା ପଚାରି ବୁଝିବେ ବୋଲି କହିଛନ୍ତି । ଏହି ଅବସରରେ ଗୁରୁବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୧୯୯୯ ମସିହାର ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନ ରହିଛି । ଏହାର ଶ୍ରେୟ ହେଉଛି ଆମ ଚାଷୀଭାଇମାନଙ୍କୀ । ସେହିପରି ଓଡ଼ିଶାକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିବାର ଶ୍ରେୟ ମଧ୍ୟ ଚାଷୀଭାଇଙ୍କର । ଚାଷୀଙ୍କ କାର୍ଯ୍ୟ ଆମକୁ ସବୁବେଳେ ଗର୍ବିତ କରିଛି । ଏ ଦୃଷ୍ଟିରୁ ଚାଷ ଓ ଚାଷୀଙ୍କ ଉପରେ ସରକାର ବି ଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋ ସରକାରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାମିଲ ହେବା ଆମ ଚାଷୀ ଭାଇଙ୍କର ସଶକ୍ତରକରଣ ଏକ ବିଳଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ସେମାନଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ବିଭାଗରେ ମୋ ସରକାରର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ସଚିବ ଅରୁଣ ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଏବଂ ଭିଡିଓ କନଫରେନ୍ସରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।