ଚାଟ୍ ଖାଇ ପୁଅ-ଝିଅଙ୍କ ସହ ଆଖିବୁଜିଲା ମା’
ଚାଟ୍ ଖାଇ ପୁଅ-ଝିଅଙ୍କ ସହ ଆଖିବୁଜିଲା ମା’
ବଡ଼ମ୍ବା: ଘରେ ଚାଟ୍ ତିଆରି କରି ସପରିବାର ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତଙ୍କର ଝାଡାବାନ୍ତି ହେଲା । ବାପା, ମା, ପୁଅ ଓ ଝିଅ ସଭିଏଁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ । ଶନିବାର ପୁଅ ଓ ଝିଅ ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଆଜି ମା’ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଛନ୍ତି। ବାପା ଆଇସିୟୁରେ ରହି ଜୀବନ ସହ ସଂଘର୍ଷ କରୁଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଡମ୍ବା ବ୍ଲକ୍ର ବୀରବରପୁର ଗ୍ରାମରେ ।
୩ ମୃତକ ହେଲେ ରୁଦ୍ର ପ୍ରସାଦ ପାତ୍ର (୧୨) ଓ ରୁଚିକା ପାତ୍ର(୮) ଓ ମା’ ରୁନୁବାଳା ପାତ୍ର (୩୬। ବାପା ଗୋବିନ୍ଦ ପାତ୍ର (୪୧) କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତିଆରି କରାଯାଇଥିବା ଚାଟ୍ ଏଭଳି ବିଷାକ୍ତ କିଭଳି ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଦ୍ୟ ରନ୍ଧା ହେବା ସମୟରେ ହୁଏତ ଅପମିଶ୍ରିତ ହୋଇଥିବା, କିଛି ବିଷକ୍ରିୟା ହୋଇଥିବାର ଆଶଙ୍କା କରାଯାଉଛି ।




admin 