ଚଳିତ ବର୍ଷ ଯଦି ରଥଯାତ୍ରା ନହେବ, ତେବେ ରାଜ୍ୟକୁ ମାଡିଆସିବ ଏହିସବୁ ବିପଦ ।

ଚଳିତ ବର୍ଷ ଯଦି ରଥଯାତ୍ରା ନହେବ, ତେବେ ରାଜ୍ୟକୁ ମାଡିଆସିବ ଏହିସବୁ ବିପଦ ।

ଚଳିତ ବର୍ଷ ଯଦି ରଥଯାତ୍ରା ନହେବ, ତେବେ ରାଜ୍ୟକୁ ମାଡିଆସିବ ଏହିସବୁ ବିପଦ ।
ପୁରୀ: ଚଳିତ ବର୍ଷ ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ପର୍ଯ୍ୟନ୍ତ ଅନବସର ଘରେ ରହିବେ । ରାଜ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡ଼ପମଣ୍ଡପଠାରୁ ନ ଫେରିବା ପର୍ଯ୍ୟନ୍ତ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିପାରିବେ ନାହିଁ ।ରବିବାର ଗଣମାଧ୍ୟମକୁ ଏଭଳି ବିବୃତ୍ତି ଦେଇଛନ୍ତି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜରଥ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର । ରଥଯାତ୍ରା କରାଯିବା ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି । ତେବେ ତାଙ୍କର ଏଭଳି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର । ଶ୍ରୀମନ୍ଦିର ମାଦଳାପାଞ୍ଜିରେ ରହିଥିବା ତଥ୍ୟ ଅନୁଯାୟୀ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଦାରୁବ୍ରହ୍ମଙ୍କ ରଥଯାତ୍ରା ନୀତି ପାଳନ କରାଯାଇଥିବା ସେ ମତ ଦେଇଛନ୍ତି । ଶ୍ରୀମନ୍ଦିର ଉପରେ ଆକ୍ରମଣ ଏବଂ ପୁରୀ ବାହାରେ ପ୍ରଭୁ ପାତାଳି ହେବା ସମୟରେ ରଥଯାତ୍ରା ହୋଇପାରି ନଥିବା ସେ କହିଛନ୍ତି । ତାଙ୍କ ମତ ଅନୁଯାୟୀ ପୂର୍ବରୁ ୧୫୬ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିଥିଲା । ଏହା ଛଡ଼ା ପୁରୀ ଜିଲ୍ଲା ବାହାରେ ୮ ବର୍ଷ ରଥଯାତ୍ରା ହୋଇଛି । ୧୬୯୨ ମସିହାରେ ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଠାକୁରଙ୍କୁ ଅଣସର ପିଣ୍ଡିରୁ ନିଆଯାଇ ଭୋଗମଣ୍ଡପ ଘରେ ବିଜେ କରାଯାଇଥିଲା । ନବଦିନ ଧରି ମହାପ୍ରଭୁଙ୍କ ସେଠାରେ ଅବସ୍ଥାନ କରିଥିଲେ । ବାହୁଡ଼ା ଯାତ୍ରାରେ ପ୍ରଭୁଙ୍କୁ ସେଠାରୁ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା । ଏକରାମ ଖାଁଙ୍କ ଆକ୍ରମଣ ସମୟରେ ସେବକମାନେ ପ୍ରଭୁଙ୍କୁ ବିମଳାଙ୍କ ମନ୍ଦିର ପଛପଟେ ଲୁଚାଇ ରଖିଥିଲେ । ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ କରାଯାଇ ଠାକୁରଙ୍କ ରଥଯାତ୍ରା ମନ୍ଦିର ଭିତରେ ପାଳନ କରାଯାଇଥିବା ଗବେଷକ ଶ୍ରୀ ମିଶ୍ର ମତ ଦେଇଛନ୍ତି ।