ଚଳିତ ବର୍ଷ ଚିଲିକାରେ ୧୫୬ ଡଲଫିନ

ଚଳିତ ବର୍ଷ ଚିଲିକାରେ ୧୫୬ ଡଲଫିନ

ଚଳିତ ବର୍ଷ ଚିଲିକାରେ ୧୫୬ ଡଲଫିନ
ଭୁବନେଶ୍ୱର : ଚିଲିକାରେ ଡଲଫିନ ଗଣନା କରାଯାଇଛି । ୧୮ଟି ଟିମ ଗଣନାରେ ସାମିଲ ହୋଇଛନ୍ତି । ୧୦୦ ଜଣ ଗଣନାକାରୀ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ଚଳିତ ବର୍ଷ ୧୫୬ ଇରାୱାଡ଼ି ଡଲଫିନକୁ ଠାବ କରାଯାଇଛି । ୨୦୨୦ରେ ବି ସେତିକି ସଂଖ୍ୟକ ଡଲଫିନ ଥିଲେ । ସମୁଦ୍ର ସହିତ ସଂଯୋଗ ହୋଇଥିବା ଚିଲିକା ମଗରମୁହାଁ ମୁହାଣକୁ ଚଉଡ଼ା ଓ ଗଭୀର କରାଯିବା ପରେ ଡଲଫିନଙ୍କ ଯାତାୟତ ସ୍ୱାଭାବିକ ହୋଇଛି । ସୂଚନାଯୋଗ୍ୟଯେ, ଇରାୱାଡ଼ି ଡଲଫିନକୁ ସଂରକ୍ଷିତ ରଖାଯାଇଛି । ଚିଲିକା ଓ ଇଣ୍ଡୋନେସିଆରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥା’ନ୍ତି । ୨୦୦୩ରୁ ଚିଲିକାରେ ଡଲଫିନ ଗଣନା ଆରମ୍ଭ ହୋଇଥିଲା । ୨୦୧୩ରେ ୧୫୨ ଡଲଫିନ ଥିବାବେଳେ ୨୦୧୫ରେ ୧୬୦କୁୁ ବୃଦ୍ଧି ପାଇଥିଲା । ତେବେ ୨୦୧୭ରେ ତାହା ୧୨୧କୁ ହ୍ରାସ ପାଇଥିବାବେଳେ ୨୦୧୯ରେ ୧୫୦ ଓ ୨୦୨୦ରେ ୧୫୬ ଡଲଫିନ ଠାବ କରାଯାଇଥିଲା ।