ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ , ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଛନ୍ତି ମୋଦୀ
ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ , ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଛନ୍ତି ମୋଦୀ
ନୂଆଦିଲ୍ଲୀ: ଚଳିତ ବର୍ଷର ଆଜି ହେଉଛି ଶେଷ ‘ମନ୍ କି ବାତ୍’ । ଆଜିର ‘ମନ୍ କି ବାତ୍’ କାର୍ୟ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ । ଭାରତକୁ ପ୍ରଗତି ପଥେ ଆଗକୁ ନେବାରେ ବାଜପେୟୀଙ୍କ ଅବଦାନ ଅନେକ ରହିଛି । ତହାସହ ପ୍ରଧାନମନ୍ତ୍ରୀ ଅନେକ ପ୍ରସଙ୍ଗକୁ ନେଇ ଆଜିର ‘ମନ୍ କି ବାତ୍’ କାର୍ୟ୍ୟକ୍ରମରେ କହିଛନ୍ତି । ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହୋଇଛି । ଯାହାକି ଆମ ପାଇଁ ଅମୃତ କାଳ । ଆମେ ଆଗକୁ ବଢ଼ିଚାଲିଛୁ ।
ମଧ୍ୟାହ୍ନ ଅ୧୨ ମୁଖ୍ୟ ଖବର
ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହିତ ୨୦୨୨ ବର୍ଷର ସଫଳତା ଓ କାର୍ୟ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । କ୍ରୀଡ଼ା ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସଫଳତା ପାଇଛି । ମହାକାଶ ଠାରୁ କ୍ରୀଡ଼ା ଯାଏଁ ଭାରତ ସବୁଥିରେ ଆଗକୁ ବଢ଼ିବା ସହ ସଫଳତା ହାସଲ କରିଛି । ଜି-୨୦ର ଆୟୋଜନ ଅଧିକାର ମିଳିବା ଏକ ବଡ଼ ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଖାଲିସେତିକି ନୁହେଁ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିବା ଯୋଗର ଉପକାରିତାକୁ ପୁଣି ଥରେ ଏହି ‘ମନ୍ କି ବାତ୍’ କାର୍ୟ୍ୟକ୍ରମରେ ଦୋହରାଇଛନ୍ତି ।
ସେ କହିଛନ୍ତି, ଯୋଗ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ସ୍ତନ୍ୟ କର୍କଟ ପରି ରୋଗ ଆରୋଗ୍ୟ ହୋଇପାରୁଛି । ଯୋଗର ଏପରି ଆଶ୍ଚର୍ୟ୍ୟଜନକ ଉପକାରିତାକୁ ବିଶେଷଜ୍ଞ ମାନେ ମଧ୍ୟ ସ୍ୱୀକାର କରିଛନ୍ତି । ଟାଟା ମେମୋରିଆଲ ବିଶେଷଜ୍ଞ ଏହାକୁ ମାନିଛନ୍ତି । ନିୟମିତ ଯୋଗ କରିବା ଦ୍ୱାରା ଅନେକ ରୋଗ ଦୂର ହୋଇପାରିବ । ଯୋଗ ଅଭ୍ୟାସ କରିବା ଦ୍ୱାରା ୧୫% ରୋଗ କମ୍ କରାଯାଇପାରିବ । ବିଗତ ବର୍ଷ ମାନଙ୍କରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଅନେକ ପ୍ରଗତି କରିଛି । ପୋଲିଓ ଓ ସ୍ମଲପକ୍ସ ପରି ରୋଗ କବଳରୁ ଆମେ ମୁକ୍ତି ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।




admin 