ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଭିସୁଟ୍ ଛାତ୍ରଛାତ୍ରୀଙ୍କୁ ପଚରାଉଚରା
ଭୁବନେଶ୍ୱର : ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଭିସୁଟ୍ ର ପ୍ରାୟ ଅନେକ ଛାତ୍ରଛାତ୍ରୀଙ୍କୁ ପଚରା ଉଚରା ହୋଇଛି । ଏବେବି ରହସ୍ୟ ଉପରୁ ଏବେବି ଉଠି ପାରିନି ପରଦା । ଆତ୍ମହତ୍ୟା ନା ହତ୍ୟା । ସେନେଇ ସସ୍ପେନ୍ସ ଜାରି ରହିଛି । ମାମଲାରେ ତନାଘନା ଜାରି ରଖିଛି ବୁର୍ଲା ପୋଲିସ ।
ଖବର ଅନୁଯାୟୀ, ସେଦିନ ଚିନ୍ମୟୀ ଭିସୁଟର ସମାବର୍ତ୍ତନ ଉତ୍ସବ ସରିବା ପରେ ମାନସଙ୍କ ଭଡା ଘରକୁ ଯାଇଥିଲେ । ସେଠାରୁ ସନ୍ଧ୍ୟାରେ ଯାଇ ଏକ ଢ଼ାବାରେ ଖାଇଥିଲେ । ଢାବାରୁ ବାହାରି ରାସ୍ତାରେ ଥିବା ଏକ କଫି ସପ୍ ରେ କଫି ପିଇଥିଲେ । ସେ ସବୁ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । ଭିସୁଟ୍ ରେ ପ୍ରାୟ ଅନେକ ଛାତ୍ରଛାତ୍ରୀଙ୍କୁ ପଚରା ଉଚରା ହୋଇଛି । ପୁରୁଷବନ୍ଧୁ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ଆବଶ୍ୟକ ପଡ଼ିଲେ ଦୁଇଜଣଙ୍କର ନାର୍କୋ ଟେଷ୍ଟ ହେବ। ବଲାଙ୍ଗୀର ରେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଓ ସାଙ୍ଗ ସାଥିଙ୍କୁ ପଚରା ଉଚରା କରିଛି ପୋଲିସ ।
ଅନ୍ୟପଟେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଉପରେ ପୁଲିସ ଅଧିକ ସନ୍ଦେହ କରୁଥିବାରୁ ଭୁବନେଶ୍ୱରସ୍ଥିତ ଏସ୍ଏଫ୍ଏସ୍ଏଲଠାରେ ତାଙ୍କର ଓ ମାନସ ଟୁଡୁଙ୍କ ମିଛ ଧରା ପରୀକ୍ଷା କରାଯାଇଛି । ପ୍ରୀତିମାନ ଓ ଚିନ୍ମୟୀଙ୍କ ପରିବାର, ଚିନ୍ମୟୀ ରହୁଥିବା ଘରମାଲିକ ଏବଂ ଜଣଙ୍କ ପରେ ଜଣେ ସହପାଠୀଙ୍କୁ ପୁଲିସ୍ ଜେରା କରିଛି । ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ମେସେଜ ଗୁଡ଼ିକୁ ବି ଟିକିନିଖି ଯାଂଚ କରୁଛି ।




admin 