ଚତୁର୍ଥ ପର୍ୟ୍ୟାୟରେ ରାଜ୍ୟରେ ୭୯ ପ୍ରତିଶତ ମତଦାନ

ଚତୁର୍ଥ ପର୍ୟ୍ୟାୟରେ ରାଜ୍ୟରେ ୭୯ ପ୍ରତିଶତ ମତଦାନ

ଚତୁର୍ଥ ପର୍ୟ୍ୟାୟରେ ରାଜ୍ୟରେ ୭୯ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ଜାରି ରହିଛି। ଗତକାଲି ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ବେଳେ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ହେଉଛି ସାନି ମତଦାନ । ତେବେ ଏହାରି ଭିତରେ ଗତକାଲି ଶେଷ ହୋଇଥିବା ଚତୁର୍ଥ  ପର୍ୟ୍ୟାୟ ନିର୍ବାଚନର ଚୂଡ଼ାନ୍ତ ମତଦାନ ପ୍ରତିଶତ  ସାମନାକୁ ଆସିଛି । ଚତୁର୍ଥ  ପର୍ୟ୍ୟାୟରେ ମୋଟ ୭୯ ପ୍ରତିଶତ ମତଦାନ ହୋଇଛି ।  ଏନେଇ  ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ ।

ଚତୁର୍ଥ ପର୍ୟ୍ୟାୟରେ  ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ  ମତଦାନ ହୋଇଥିଲା । । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରି ଥିଲେ ।   

୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଥିଲେ । । ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ରହିଥିଲା  ।