ଘନିଙ୍କୁ ତାଲିବାର କ୍ଷମା, ଚାହିଁଲେ ଦେଶ ଫେରି ପାରିବେ କହିଲେ ହକ୍କାନି

ଘନିଙ୍କୁ ତାଲିବାର କ୍ଷମା, ଚାହିଁଲେ ଦେଶ ଫେରି ପାରିବେ କହିଲେ ହକ୍କାନି

ଘନିଙ୍କୁ ତାଲିବାର କ୍ଷମା, ଚାହିଁଲେ ଦେଶ ଫେରି ପାରିବେ କହିଲେ ହକ୍କାନି

କାବୁଲ: ତାଲିବାନମାନେ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିବା ପୂର୍ବରୁ ଦେଶଛାଡ଼ି ପଳାଇଥିଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି । ତାଙ୍କୁ ଏବେ ତାଲିବାନ ପକ୍ଷରୁ କ୍ଷମା କରାଯାଇଥିବା ନେଇ ଘୋଷଣା ହୋଇଛି । ଜିଓ ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଲିବାନର ବରିଷ୍ଠ ନେତା ଖଲିଭ ଉର ରହମାନ ହକ୍କାନି ଏ ସମ୍ପର୍କରେ କହିଛନ୍ତି ଯେ ଘନି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଓ ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିଦଙ୍କ ସହ ସଂଗଠନରେ କୌଣସି ପ୍ରକାର ଶତ୍ରୁତା ନାହିଁ । ଆମେ ନିଜ ତରଫରୁ ଘନି, ସାଲେହ ଓ ମୋହିଦଙ୍କୁ କ୍ଷମା କରୁଛୁ । ସେମାନେ ଚାହିଁଲେ ଦେଶକୁ ଫେରିପାରିବେ । ଏହା ସହ ଆମ ବିରୋଧରେ ଲଢ଼ୁଥିବା ଜେନେରାଲଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ କ୍ଷମା କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଦେଶଛାଡ଼ି ପଳାଉଥିବା ଲୋକଙ୍କୁ ଏପରି ନ କରିବାକୁ ହକ୍କାନି ନିବେଦନ କରିଛନ୍ତି । ତାଙ୍କ ଅନୁସାରେ ଶତ୍ରୁ ଦ୍ୱାରା ତାଲିବାନ ପକ୍ଷରୁ ପ୍ରତିଶୋଧ ନିଆଯିବ ବୋଲି ଏକ ଗୁଜବ ପ୍ରସାରିତ ହୋଇଛି । ପ୍ରକୃତରେ କିନ୍ତୁ ତାଜିକ ବଲୁଚ, ହଜାରା ଓ ପସ୍ତୁନ ସମସ୍ତେ ଆମର ଭାଇ ବୋଲି ସେ କହିଛନ୍ତି ।