ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ୨୦ ଗୋରୁ ମୃତ
ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ୨୦ ଗୋରୁ ମୃତ
ଭୋଗରାଇ: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ୫୭ ନମ୍ଵର ରାଜ୍ୟ ରାଜପଥ ମହାନ୍ତି ଛକ ନିକଟରେ ଗୋରୁ ଗାଡି ଦୁର୍ଘଟଣା ଘଟିଛି। ଏହି ଗୋରୁ ବୋଝେଇ କେଣ୍ଟନରରେ ୨୦୦ ରୁ ଉର୍ଦ୍ଧ୍ଵ ଗୋରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ଗୋରୁ ଗାଡିଟି ଦୁର୍ଘଟଣା ହୋଇଛି। ଗାଡିର ଡ୍ରାଇଭରକୁ ତାଳସାରୀ ମେରାଇନ ପୋଲିସ ଅଟକ ରଖିଛି।
ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୨୦ରୁ ଉର୍ଦ୍ଧ୍ଵ ଗୋରୁ ମରି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।




admin 