ଗୃହରେ ସ୍ୱାଭାବିକ ସ୍ଥିତି

ଗୃହରେ ସ୍ୱାଭାବିକ ସ୍ଥିତି

ଗୃହରେ ସ୍ୱାଭାବିକ ସ୍ଥିତି
ଭୁବନେଶ୍ୱର: ୬ ଦିନର ଅଚଳାବସ୍ଥା ପରେ ବିଧାନସଭା ସ୍ୱାଭାବିକ ସ୍ଥିତି ଦେଖାଦେଇଛି । ଗୃହର କାର୍ଯ୍ୟ ସ୍ୱାଭାବିକ ସ୍ଥିତିରେ ଚାଲିଛି । ବର୍ତମାନ ସ୍ୱାଭାବିକ ଭାବେ ପ୍ରଶ୍ନକାଳ ଚାଲିଛି । ବିଭିନ୍ନ ପ୍ରଶ୍ନର ଉତର ବିଭାଗୀୟ ମନ୍ତ୍ରୀ ରଖୁଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ସପ୍ତମ ଦିନ । ଗତ ୬ ଦିନ ହେଲା ଗୃହରେ ହୋହାଲ୍ଲା, ହଟ୍ଟଗୋଳ ଓ ନାରାବାଜି ଚାଲି ଥିଲା । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକ ଦଳ ଭେଟ କରି ଆଲୋଚନା ହେବା ପରେ ଆଜି ଗୃହ ସ୍ୱାଭାବିକ ଚାଲିଛି । ଗତ ୬ ଦିନର ଅଚଳାବସ୍ଥା ପରେ ଆଜି ଗୃହ ଶାନ୍ତିରେ ଚାଲିଛି । ଧାନକିଣା ଉପରେ ଗୃହରେ ସାଢେ ୧୧ଟାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ବିବୃତି ରଖିବେ । ମନ୍ତ୍ରୀ ଉତର ରଖିବାକୁ କାଲି ସର୍ବଦେଳୀୟ ବୈଠକରେ ନିଷ୍ପତି ହୋଇଛି ।