ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ମୃତ , ୨ ଗୁରୁତର ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ମୃତ , ୨ ଗୁରୁତର ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩  ମୃତ , ୨ ଗୁରୁତର ଆହତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଜଗନ୍ନାଥପୁରଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ, ମୁନା ନାୟକ ଓ ପଥରକଟା ଗାଁର ଶ୍ୟାମ ସେଠୀ। ସୂଚନା ଅନୁଯାୟୀ, କୃଷ୍ଣ ନାୟକ ଓ ମୁନା ନାୟକ ନୟାଗଡ଼ରୁ ଶରଣକୂଳ ଦେଇ ନିଜ ଗାଁ ଜଗନ୍ନାଥପୁରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆଉ ୩ ଜଣ ଗୋଟିଏ ବାଇକ୍‌ରେ ଦ୍ରୁତ ଗତିରେ ଆସୁଥିଲେ। ସେମାନେ ନୟାଗଡ଼ ଅଭିମୁଖେ ଯାଉଥିଲେ। ଜଗନ୍ନାଥପୁର ଛକଠାରେ ଉଭୟ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ନୟାଗଡ଼ ଟାଉନ ଥାନା ପୁଲିସ୍‌ ଓ ଶରଣକୁଳ ଥାନା ପୁଲିସ୍ ଘଟଣାସ୍ଥଳରେ‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ କୃଷ୍ଣ ନାୟକ ଓ ମୁନା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଶ୍ୟାମଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାଯାଇଛି।