ପିଲାଚୋର ସନେ୍ଦହରେ ନିସ୍ତୁକ ମାଡ

ପିଲାଚୋର ସନେ୍ଦହରେ ନିସ୍ତୁକ ମାଡ

ପିଲାଚୋର ସନେ୍ଦହରେ ନିସ୍ତୁକ ମାଡ
ଜଳେଶ୍ୱର:ପିଲାଚୋର ସନେ୍ଦହରେ ୨ ଅଜଣା ଲୋକଙ୍କୁ ଧରି ନିସ୍ତୁକ ମାଡ ମାରିଲେ ଲୋକେ । ଭୋଗରାଇ ବ୍ଲକ ରସୁଲପୁର ଗାଁରେ ପିଲାଚୋର ସନେ୍ଦହରେ ନିସ୍ତୁକ ମାଡ ମରାଯାଇଛି । ଗୋଟିଏ କାରରେ ୪ ଜଣ ଆସି ପିଲାଚୋରି କରୁଥିବା ଅଭିଯୋଗ ହୋଇଛି । ଲୋକଙ୍କ ଆକ୍ରମଣ ପରେ କାର୍ ଛାଡି ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଗଲେ । ଆଉ ୨ ଜଣଙ୍କୁ ଲୋକମାନେ ଧରି ନିସ୍ତୁକ ମାଡ ମରିବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି । କମର୍ଦ୍ଧା ପୋଲିସ ଘଟଣାସ୍ଥଳରେ ପହଂଚି ଅଟକ ୨ ଜଣକୁ ଥାନାକୁ ନେଇଛି । ସମସ୍ତ ଘଟଣା ତଦନ୍ତ କରାଯିବ ବୋଲି ପୋଲିସ କହିଛି ।