୩ ଜଣ ନକଲି ସାମ୍ବାଦିକ ଗିରଫ

୩ ଜଣ ନକଲି ସାମ୍ବାଦିକ ଗିରଫ

୩ ଜଣ ନକଲି ସାମ୍ବାଦିକ ଗିରଫ
ଭୁବନେଶ୍ୱର : ୩ ହଜାର ଟଙ୍କା ଲେଖା ଦିଅ। ୪୦ ହଜାର ଟଙ୍କାର ଲୋନ୍‌ ପାଇବ। ଏପରି ଲୋଭନୀୟ ଅଫର ଦେଇ ବହୁ ମହିଳାଙ୍କୁ ଠକିଥିବା ଜଣେ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ୍‌। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଅଭିଯୋଗ ଅନୁଯାୟୀ, ଯୁବକ ଜଣଙ୍କ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଲୋନ୍ କରାଇ ଦେବେ ବୋଲି ଅଫର୍‌ ଦେଉଥିଲେ। ୩ ହଜାର ଟଙ୍କା ଦେଲେ ୪୦ ହଜାର ଟଙ୍କା ଋ଼ଣ କରିଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ସହଜରେ ଲୋନ୍‌ ପାଇବା ଆଶାରେ ବହୁ ମହିଳା ତାଙ୍କୁ ଟଙ୍କା ଦେଇଥିଲେ। ମାତ୍ର ଲୋନ୍‌ ନ ପାଇବାରୁ ଭିଏସ୍‌ଏସ୍‌ ନଗରର କିଛି ମହିଳା ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ଅଧିକାରୀ କହିଛନ୍ତି, ୩ ଝିଅ ଓ ଜଣେ ପୁଅ ଲୋନ୍ କରାଇ ଦେବାକୁ କହି ଲୋକଙ୍କଠାରୁ ଟଙ୍କା ନେଇ ଆଉ ଧରାଛୁଆଁ ଦେଇ ନଥିଲେ। ଗତକାଲି ଲୋକେ ତାଙ୍କୁ ପାହାଳ ପାଖରେ ଅଟକାଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ସେମାନଙ୍କୁ ଥାନାକୁ ଆଣିଛି।