ଗାଈ ପାଟିରେ ଫୁଟିଲା ବୋମା

ଗାଈ ପାଟିରେ ଫୁଟିଲା ବୋମା

ଗାଈ ପାଟିରେ ଫୁଟିଲା ବୋମା
ଭୁବନେଶ୍ୱର : ଗାଈ ବିଲରେ ଚରୁଥିଲା । ତେବେ ଚରିବା ବେଳେ ଅଫୁଟା ବୋମାଟି ଗାଈ ଖାଇଦେଇଥିଲା । ଫଳରେ ପାଟି ଭିତରେ ହିଁ ବୋମାଟି ବିସ୍ଫୋରଣ ହୋଇଥିଲା । ଗାଈକୁ ତୁରନ୍ତ ପଶୁ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାଟି କେନ୍ଦୁପାଟଣା ଗାଁରେ ଘଟିଛି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଲୋକମାନେ ବାରହା ଶିକାର ପାଇଁ ଜଙ୍ଗଲିଆ ଅଂଚଳରେ ଲୁଚେଇ ବୋମା ରଖିଥିଲେ । କିନ୍ତୁ ଗାଈ ବିଲରେ ଚରୁଥିବାବେଳେ ଖାଦ୍ୟ ଭାବି ବୋମାଟିକୁ ଚୋବାଇ ଦେଇଥିଲା । ପାଟିରେ ଚୋବାଇବା କ୍ଷଣି ସାଙ୍ଗେସାଙ୍ଗେ ବିସ୍ଫୋରଣ ହୋଇଥିଲା । ଶବ୍ଦ ଶୁଣି ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ପଳାଇ ଆସିଥିଲେ । ଗାଈକୁ ପଶୁ ଡାକ୍ତରଖାନାରେ ପଠାଇବା ସହ ଥାନାରେ ମଧ୍ୟ ଏସଂକ୍ରାନ୍ତରେ ଏତଲା ଦିଆଯାଇଛି । କେଉଁ ଲୋକ ବାରହା ଶିକାର ପାଇଁ ଏଭଳି ବୋମା ରଖିଥିଲେ ସେନେଇ ପୁଲିସ ଖାନତଲାସି ଆରମ୍ଭ କରିଦେଇଛି ।