ଗଣ ମାଧ୍ୟମ ଉପରେ ବର୍ଷିଲେ ଦାମ

ଗଣ ମାଧ୍ୟମ ଉପରେ ବର୍ଷିଲେ ଦାମ

ଗଣ ମାଧ୍ୟମ ଉପରେ ବର୍ଷିଲେ ଦାମ
ଭୁବନେଶ୍ୱର: ଗଣମାଧ୍ୟମ ରାଜନୈତିକ ଦଳର ହାତ ବାରିସ ସାଜିଛନ୍ତି । ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି ବୋଲି ଡାକ୍ତର ଦାମୋଦର ରାଉତ କହିଛନ୍ତି । ସାମାଜିକ ଗଣ ମାଧ୍ୟମରେ ସେ କହିଛନ୍ତି ଯେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କିଛି ମୁଷ୍ଟିମେୟ ବୈଦୁତିକ କିମ୍ବା ସାମାଜିକ ଗଣମାଧ୍ୟମ ରାଜନୈତିକ ଦଳ ମାନଙ୍କରେ ହାତ ବାରିଷୀ ସାଜିଛନ୍ତି । ସେଥରୁ କିଛି ଗଣ ମାଧ୍ୟମ ପ୍ରଚାର କରୁଛନ୍ତି ଯେ, ମୁଁ କାଳେ ପ୍ରଣବ ପ୍ରକାଶ ଦାସ ଜରିଆରେ ବିଜେଡି ସହ ଡିଲ କରୁଛି । ଏହା ସମ୍ପୂର୍ଣ୍ଣ ରୂପେ କପୋଳକଳ୍ପିତ ଓ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ । ଦୁର୍ନୀତି ଗ୍ରସ୍ତ ନବୀନ ପାଣ୍ଡିଆନ ସରକାର ବିରୁଦ୍ଧରେ ମୁଁ ସ୍ୱର ଉତୋଳନ କରି ମନ୍ତ୍ରୀ ପଦ ତ୍ୟାଗ କରିଛି, ଦଳରୁ ବାହାରିଛି । ଦୁର୍ନୀତି ଗ୍ରସ୍ତ ଲୋକଙ୍କ ସହ ମୁଁ ରୁଦ୍ଧଦ୍ୱାରା ଡିଲ କରିନାହିଁ କି କରିବି ନାହିଁ । ଓଡିଶାରେ ନବୀନ ପାଣ୍ଡିଆନ ସରକାର ବିରୁଧରେ ମୋର ବିରୋଧ ଜାରି ରହିବ । କିଛି କିଣା ସୋସିଆଲ ମିଡିଆ ଜରିଆରେ ପ୍ରକାଶିତ ଖବରକୁ ମୁଁ ନିନ୍ଦା କରୁଛି ।