ଗଞ୍ଜାମ ଗୋଷ୍ଠୀ ସଂଘର୍ଷ, ୪ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଗଞ୍ଜାମ ଗୋଷ୍ଠୀ ସଂଘର୍ଷ, ୪ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଗଞ୍ଜାମ ଗୋଷ୍ଠୀ ସଂଘର୍ଷ, ୪ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପିତଳ ଗୋଷ୍ଠୀ ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଜାରି ରହିଛି।  ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ପିତଳ ଛକରେ ବ୍ରହ୍ମପୁର- ଆସିକା ଏନ୍ଏଚ୍- ୫୯ ଅବରୋଧ କରି ଧାରଣାରେ ବସିଛନ୍ତି । ଫଳରେ ବ୍ରହ୍ମପୁରରୁ ଆସିକାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଗତକାଲି ରାତିରେ ପିତଳ ନରେନ୍ଦ୍ରପୁର ଛକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଗୋଟିଏ ପରିବାରର ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଏବଂ ରାଜା ସ୍ୱାଇଁ ତିନି ଭାଇ ପ୍ରାଣ ହରାଇଥିବା ବେଳେ ଓ ସମ୍ପର୍କୀୟ ଚନ୍ଦନ ସ୍ୱାଇଁଙ୍କ ଜୀବନ ବି ଯାଇଛି  । ଅନ୍ୟ ଏକ ଗୋଷ୍ଠୀର ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଚିକିତ୍ସାଧିନ ରହିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଲତାଡ଼ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି ।  ଏବେ ଯାଏଁ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ହିଞ୍ଜିଳି ପୁଲିସ୍ ।

ମୃତକଙ୍କ ଏକ ଫାଷ୍ଟଫୁଡ୍ ଦୋକାନ ଥିଲା ।  ଏହାକୁ ବନ୍ଦ କରି ରାତି ପ୍ରାୟ ୧୦ଟା ବେଳେ ସେମାନେ ଘରକୁ ଫେରୁଥିଲେ । ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ମହିଳାଙ୍କୁ ସହାୟତା କରିବାକୁ ଏମାନେ ଅଟକି ଥିଲେ । ତେବେ ଏହି ସମୟରେ ୬ଜଣ ବ୍ୟକ୍ତି ଏମାନଙ୍କୁ ଟାହି ଟାପୁରା କରିବା ସହ କମେଣ୍ଟ ମାରିଥିଲେ । ଯାହାକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ।