ଖୁସିରେ ପଡ଼ିଲା ଚଡ଼କ, ବିଧାୟକଙ୍କ ଝିଅ ସହ ହୋଇଥାନ୍ତା ବାହାଘର!

ଖୁସିରେ ପଡ଼ିଲା ଚଡ଼କ, ବିଧାୟକଙ୍କ ଝିଅ ସହ ହୋଇଥାନ୍ତା ବାହାଘର!

ଖୁସିରେ ପଡ଼ିଲା ଚଡ଼କ, ବିଧାୟକଙ୍କ ଝିଅ ସହ ହୋଇଥାନ୍ତା ବାହାଘର!
ଭୁବନେଶ୍ୱର: ସରକାରୀ ଟଙ୍କା ଚଳଚୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ଲାଗି ପଡ଼ିଥିଲେ ଆଇଏଫଏସ ବାବୁ ଅଭୟକାନ୍ତ ପାଠକ । କଳା ଟଙ୍କାକୁ ଧଳା କରିବାରେ ବାବୁ ମାହିର ଥିଲେ । କେବଳ ବାବୁ ନୁହଁ ତାଙ୍କ ପୁଅଙ୍କୁ ମଧ୍ୟ ଏବ କଳା ବେଶ ଜଣା ଥିଲା । ସେଥିପାଇଁ ପୁନେରେ ମାସିକ ପ୍ରାୟ ୫ ଲକ୍ଷ ଟଙ୍କାର ଫ୍ଲାଟ ଓ ୫ ଲକ୍ଷରୁ ଅଧିକ ଟଙ୍କାରେ ଲିଜରେ ନେଇଥିଲେ ଫାର୍ମ ହାଉସ । ଜଣେ ବିଧାୟକଙ୍କ ଝିଅ ସହ ଅଭୟକାନ୍ତଙ୍କ ପୁଅ ଆକାଶ କୁମାର ପାଠକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନେ ଅନେକ ସମୟରେ ପୁନେର ଫ୍ଲାଟକୁ ଯିବା ଆସିବା କରୁଥିଲେ । ଆସନ୍ତା ଡିସେମ୍ବର ୧୧ରେ ଉଭୟଙ୍କର ବିବାହ ସ୍ଥିର ହୋଇଥିଲା । ରାଜସ୍ଥାନର ଉଦୟପୁରରେ ଏହି ପ୍ୟାଲେସରେ ପଡ଼ିଥାନ୍ତା ହାତଗଣ୍ଠି । ପ୍ୟାଲେସ ବୁକିଂ ହୋଇ ସାରିଥିଲା । ପୂରା ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ବିବାହ । ୟୁନିଟ ୯ ସ୍ଥିତ ସରକାରୀ ବାସ ଭବନରେ ଆରମ୍ଭ ହୋଇଯାଇଥିଲା ରସମ । ଘରେ ଜମିଥିଲା ଭୋଜିଭାତର ଆସର । ବାଦଲ ଯେ ଢ଼ାଙ୍କି ହୋଇଯିବ ତାହା କେହି ବିଶ୍ୱାସ କରି ନଥିଲେ । ହଠାତ ଭିଜିଲାନ୍ସ ରେଡ ପଡ଼ିଥିଲା । ସମ୍ପର୍କୀୟଙ୍କ ଆଗରେ ପାଠକଙ୍କ ପରିବାର ଲୋକଙ୍କ ମୁହଁ କଳା ପଡ଼ି ଯାଇଥିଲା । ବିବାହ ହେବାକୁ ଥିବା ପ୍ୟାଲେସ ଘରେ ରେଡ କରି ବହୁ ଗୁରୁତ୍ୱପୂର୍ଣ୍ଣ ଜବତ କରିଛି ଭିଜିଲାନ୍ସ ।