କୋରାପୁଟ ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

କୋରାପୁଟ ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

କୋରାପୁଟ ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ
କୋରାପୁଟ ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲକୁ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡ଼ିକାଲ ହେବା ପରେ ଏଠି କେବଳ ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟ କରୁଥିଲା । ମେଡିକାଲର ଅନ୍ୟ ଅଂଶ ଗୁଡିକ ଭୁତ କୋଠି ହୋଇ ପଡି ରହିଥିଲା । ତେଣୁ ଏହାକୁ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ସେହିପରି କରୋନା ଲଢ଼େଇ ପାଇଁ ବାଲେଶ୍ୱରରେ ମଧ୍ୟ ଆଜିଠୁ କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ । ବାଲେଶ୍ୱରର କୋରଡାର ଜ୍ୟୋତି ହସ୍ପିଟାଲରେ ଏହି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ୧୨୦ ଶଯ୍ୟା ସହିତ ୧୨ ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି । ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ସହଯୋଗରେ ଏହି କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି । ଏବଂ ଏହି ହସ୍ପିଟାଲ ଦ୍ୱାରା ପରିଚାଳନା କରାଯିବ । ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ।