କୋଭିଡ ନୀତି ପରିବର୍ତନ କଲା କେନ୍ଦ୍ର:ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ

କୋଭିଡ ନୀତି ପରିବର୍ତନ କଲା କେନ୍ଦ୍ର:ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ

କୋଭିଡ ନୀତି ପରିବର୍ତନ କଲା କେନ୍ଦ୍ର:ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ
ଭୁବନେଶ୍ୱର: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଆମ ଦେଶରେ ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ୦୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪୧୮୭ ଜଣ ମୃତୁ୍ୟବରଣ କରିଛନ୍ତି । ଏହାରି ଭିତରେ ସାମାନାକୁ ଆସିଲା ଏକ ବଡ ଖବର । ତାହା ହେଲା କୋଭିଡ ନୀତିରେ ପରିବର୍ତନ କଲେ କେନ୍ଦ୍ର ସରକାର । ମେଡିକାଲ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର କହିଛି । ପଜିଟିଭ ରିପୋର୍ଟ ନଥିଲେ ବି କୋଭିଡ ହସ୍ପିଟାଲରେ ଆଡମିଶନ ହୋଇପାରିବେ । ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ରୋଗୀଙ୍କୁ ଆଡମିଶନ କରାଯାଇପାରିବ । କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟବସେବାରୁ ବଂଜିତ ନକରିବା ଲାଗି ଏହି ନୂଆ ନୀତି ହୋଇଛି । ଅନ୍ୟସହରର ହୋଇଥିଲେ ବି ରୋଗୀଙ୍କୁ ଏଣିକି ଚିକିତ୍ସା ସୁବିଧା ମିଳିବ । ନିଦ୍ଧିଷ୍ଟ ପରିଚୟପତ୍ର ଦେଖାଇ ନପାରିଲେ ବି ଏହି ଚିକିତ୍ସା ସୁବିଧା ମିଳିବ ।