କୋଟିପତି ଅଙ୍ଗନବାଡ଼ି ଦିଦି କହିଲେ ବରା ସିଙ୍ଗଡ଼ା ବେପାର କରୁଥିଲି
କୋଟିପତି ଅଙ୍ଗନବାଡ଼ି ଦିଦି କହିଲେ ବରା ସିଙ୍ଗଡ଼ା ବେପାର କରୁଥିଲି

ଭୁବନେଶ୍ୱର : କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ତାଙ୍କର କୋଟି କୋଟି ଟଙ୍କା ସମ୍ପତି ଏବେ ଅନେକଙ୍କୁ ଚକିତ କରିଛି । ତେବେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା ମାଥନଙ୍କ ମନ୍ତବ୍ୟ ବି ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ସେ କହିଛନ୍ତିଯେ, ମୁଁ ଜୀବନରେ ବହୁ କଷ୍ଟ ସ୍ୱୀକାର କରିଛି । ଅନେକ ବ୍ୟବସାୟ ବି କରିଛି । ସ୍କୁଲ କ୍ୟାଂଟିନରେ ବରା ସିଙ୍ଗଡ଼ା ବି କରି ବିକିଛି । ପିଲାଙ୍କୁ ଟ୍ୟୁସନ ବି କରୁôଥଲି । ଏମିତିବି ସମୟ ଥିଲା ଯେତେବେଳେ ସେ କାକୁଡ଼ିରୁ ଚୋପା ଛଡେ଼ଇ ବି ବିକ୍ରି କରୁଥିଲେ । ସେ କୌଣସି ଆୟ ବର୍ହିଭୂତ ସମ୍ପତି ଅର୍ଜନ କରିନାହାନ୍ତି । ତାଙ୍କ ସ୍ୱାମୀ ଜଣେ ଓକିଲ । ସେ ଜମିବାଡ଼ି ବ୍ୟବସାୟ ବି କରନ୍ତି । ତାଙ୍କର ଧୂପ ଫିନାଇଲ ବେପାର ବି ଅଛି । ଜିରୋରୁ ହିରୋ ହୋଇଥିବାରୁ କେହି ଜାଣିଶୁଣି ତାଙ୍କ ନାମରେ ଅଭିଯୋଗ କରିଛି ବୋଲି ସେ କହିଛନ୍ତି । ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ନାମରେ ଯେଉଁ ସମ୍ପତି ଥିବା କୁହାଯାଉଛି ସେଭଳି କିଛି ସମ୍ପତି ନାହିଁ । କେଶୁରାରେ ସେ ଜାଗା କିଣି ଘର କରିଛନ୍ତି ଓ ଗୋଟିଏ ଘରେ ରହୁଛନ୍ତି ବୋଲି କହିଛନ୍ତି ।
ସୂଚନାଯୋଗ୍ୟଯେ, ଅଙ୍ଗନବାଡ଼ି ଦିଦିଙ୍କ ନିକଟରେ କୋଟିକୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବାରୁ ଭିଜିଲାନ୍ସ ଚଢ଼ାଉ କରିଛି । ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।