କୋଟିଏ ଛୁଞ୍ଚିହୀନ କରୋନା ଟିକା ଆଣିବ ଭାରତ

କୋଟିଏ ଛୁଞ୍ଚିହୀନ କରୋନା ଟିକା ଆଣିବ ଭାରତ

କୋଟିଏ ଛୁଞ୍ଚିହୀନ କରୋନା ଟିକା ଆଣିବ ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାଇଡସ କାଡିଲା ପକ୍ଷରୁ ପ୍ରସ୍ତୁତ ଛୁଞ୍ଚିବିହୀନ ୩ ଡୋଜ ବିଶିଷ୍ଟ କରୋନା ଟିକା ‘ଜାଇକୋଭ-ଡି’ର ୧ କୋଟି ଡୋଜ କିଣିବା ଲାଗି ବରାଦ ଦେଇଛନ୍ତି । ଚଳିତ ମାସରେ ଏହି ଟିକା ମିଳିବା ପରେ ତାକୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପ୍ରତି ଡୋଜ ଟିକା ୨୮ ଦିନର ବ୍ୟବଧାନରେ ଦିଆଯିବ । ଅହମ୍ମଦାବାଦର ଜାଇଡସ କାଡିଲା କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଏହି ସ୍ୱଦେଶୀ କରୋନା ପ୍ରତିଷେଧକ ହେଉଛି ବିଶ୍ୱର ପ୍ରଥମ ଡିଏନଏ ଆଧାରିତ ଟିକା । ୧୨ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ଏହି ଟିକା ପ୍ରଦାନ କରିବା ଲାଗି ଭାରତୀୟ ଭେଷଜ ନିୟନ୍ତ୍ରକ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ବିନା ଟିକସରେ ପ୍ରତି ଡୋଜ ଟିକା ମୂଲ୍ୟ ରହିଛି ୩୫୮ ଟଙ୍କା । ସେଥିରେ ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପେନଲେସ ଜେଟ ଆପ୍ଲିକେଟର ମୂଲ୍ୟ ସାମିଲ ରହିଛି । ଏହି ଆପ୍ଲିକେଟର ସହାୟତାରେ ଟିକା ପ୍ରଦାନ କରାଯିବ ।