ଆଉ ଜଣେ କୁବେର ବାବୁ! ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆଉ ଜଣେ କୁବେର ବାବୁ! ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆଉ ଜଣେ କୁବେର ବାବୁ! ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଅମାପ ସମ୍ପତ୍ତି ଭଦ୍ରକ, ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ବ୍ୟାପିଛି। ଦେଖିକି ଭିଜିଲାନ୍ସ ଟିମର ଆଖି ତରାଟି ହେଇଗଲାଣି। ଏମିତି ଜଣେ କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଖୋଳତାଡ଼ ଚଳେଇଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରିଛି। ତାଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି।

ପ୍ରତାପ ସାମଲଙ୍କ ଭୁବନେଶ୍ୱର ଆଇଆରସି ଭିଲେଜରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଘର ଭଡ଼ା ଦିଆଯାଇଛି। ଏସବୁ ଘରେ ଭିଜିଲାନ୍ସ ପହଂଚି ଖୋଳତାଡ଼ ଚଳାଇଛି। ସେହିପରି ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ପୁଲିସ୍ ହାଉସିଂ କର୍ପୋରେସନର ତାଙ୍କ କାର୍ୟ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି। ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ଜଣାଯାଇଛି।