କେୱାଇସି ନାଁରେ ଖାଲି ହେଇପାରେ ଆକାଉଣ୍ଟ, ରିଜର୍ଭ ବ୍ୟାଙ୍କ କଲା ଏମିତି ସତର୍କ

କେୱାଇସି ନାଁରେ ଖାଲି ହେଇପାରେ ଆକାଉଣ୍ଟ, ରିଜର୍ଭ ବ୍ୟାଙ୍କ କଲା ଏମିତି ସତର୍କ

କେୱାଇସି ନାଁରେ ଖାଲି ହେଇପାରେ ଆକାଉଣ୍ଟ, ରିଜର୍ଭ ବ୍ୟାଙ୍କ କଲା ଏମିତି ସତର୍କ

ନୂଆଦିଲ୍ଲୀ: କରୋନା କାଳରେ ଅନଲାଇନ ଠକେଇର ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୋମବାର ଏଭଳି ଏକ ଧରଣର ଠକେଇରୁ ଦୂରେଇ ରହିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ କରିଛି। ଆରବିଆଇ କହିଛି ଯେ, ଏଭଳି ଅନେକ ଅଭିଯୋଗ ଆସୁଛି ଯେଉଁଥିରେ ଗ୍ରାହକଙ୍କୁ କେୱାଇସି ଅପଡେଟର ଆଳ ଦେଖାଇ ଠକାଯାଇଛି । ଏଥିପାଇଁ ନୂଆ ନୂଆ ଉପାୟର ସାହାରା ନେଉଛି ଠକ । ରିଜର୍ଭ ବ୍ୟାଙ୍କର କହିବା ଅନୁସାରେ ଗ୍ରାହକଙ୍କୁ କଲ, ଏସଏମଏସ ଏବଂ ଇ-ମେଲ ପଠାଇ ସେମାନଙ୍କୁ ବ୍ୟକ୍ତିଗତ ଏବଂ ବିତ୍ତୀୟ ବିବରଣୀ ମଗାଯାଉଛି । ଏଥିରେ ଲଗ ଇନ ବିବରଣୀ, କାର୍ଡ ବିବରଣୀ, ପିନ ଏବଂ ଓଟିପି ଆଦି ରହିଛି । ବ୍ୟାଙ୍କ ଗ୍ରାହକଙ୍କୁ ଲିଙ୍କ ପଠାଇ କେୱାଇସି ଅପଡେଟ ଲାଗି ଅବୈଧ ଆପ ଇନଷ୍ଟଲ କରିବାକୁ କୁହାଯାଉଛି । ଏଭଳି ଆପ୍ଠାରୁ ଦୂରେଇ ରହିବା ପାଇଁ ସର୍ବୋଚ୍ଚ ବ୍ୟାଙ୍କ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛି । ଆରବିଆଇ ଏକ ବିବୃତିରେ କହିଛି ଯେ ଗ୍ରାହକଙ୍କୁ ଆସୁଥିବା ଇ-ମେଲ ମେସେଜ ଏବଂ କଲରେ ଧମକ ଦିଆଯାଇଛି ।