କେଶ ପାଇଁ ଲାଭଦାୟକ ଏହି ଯୋଗ

କେଶ ପାଇଁ ଲାଭଦାୟକ ଏହି ଯୋଗ

କେଶ ପାଇଁ ଲାଭଦାୟକ ଏହି ଯୋଗ

ଭୁବନେଶ୍ୱର: ନିୟମିତ ଯୋଗାଭ୍ୟାସ କଲେ ନିରୋଗ ଜୀବନଯାପନ କରିହୁଏ ବୋଲି ଅନୁଧ୍ୟାନରୁ ପ୍ରମାଣିତ ହୋଇଛି । ଆଜିର ସମୟରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଯାଇଛି । ଯୋଗ କରିବା ଏକ ସର୍ବୋତ୍ତମ ଉପଚାର ବୋଲି ଯୋଗଗୁରୁଙ୍କ ମତ । ପ୍ରଦୂଷଣ, ମାନସିକ ଚିନ୍ତା, ଭିନ୍ନ ଜୀବନଶୈଳୀ, ଖାଦ୍ୟପାନୀୟ କାରଣରୁ କେଶ ଝଡେ଼ । ସକାଳେ ଓ ସନ୍ଧ୍ୟାବେଳେ ଯୋଗ କଲେ ସେସବୁ ସମସ୍ୟା ଅତି ଶୀଘ୍ର ଦୂର ହୁଏ । ତେବେ, ଧ୍ୟାନ ରଖନ୍ତୁ  ଯେ ଯୋଗ ଗୁରୁଙ୍କ କରାମର୍ଶରେ ହିଁ ଯୋଗ କରିବା ଉଚିତ । ଭିଡ଼ିଓ ଦେଖି କିମ୍ବା ନିଜ ମନକୁ ସେ ସବୁ କଲେ ଆପଣଙ୍କ ଶାରୀରିକ କ୍ଷତି ହେବାର ଆଶଙ୍କା ଅଛି । 

- ଯୋଗଗୁରୁଙ୍କ ମତରେ ଉଭୟ ମହିଳା ଓ ପୁରୁଷ ପ୍ରତିଦିନ ଅଧୋ-ମୁଖ ଶବାସନ, ପବନ ମୁକ୍ତାସନ, ଉତ୍ସରାସନ, ସର୍ବାଙ୍ଗସନ କଲେ କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳେ। ପ୍ରାରମ୍ଭିକ ପର୍ଯ୍ୟାୟରେ କେଶ ଝଡ଼ା କମ୍‌ ହେବା ସହ ପରେ କେଶର ଘନତ୍ୱ ବଢ଼ିଥାଏ ।