କେରଳ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କାରଣ କଣ ଜାଣନ୍ତୁ
କେରଳ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କାରଣ କଣ ଜାଣନ୍ତୁ
ନୂଆଦିଲ୍ଲୀ : କେରଳରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି । ହେଲେ କେରଳ ସରକାର ବକରିଦରେ ଲକଡାଉନ କୋହଳ କରାଯିବା ନିଷ୍ପତ୍ତିରେ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ମଙ୍ଗଳବାର ତାଗିଦ୍ କରି କହିଛନ୍ତି, ଏହା ବିଡମ୍ବନରା କଥା ଯେ, କେରଳ ସରକାର ବ୍ୟବସାୟୀ ସଂଗଠନର ଚାପରେ ନଇଁଗଲେ । ଏହି ଅଞ୍ଚଳରେ ମଧ୍ୟ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା ଯେଉଁଠି କରୋନା ପଜିଟିଭ ହାର ୧୫ ପ୍ରତିଶତରୁ ଅଧିକ ରହିଛି । ବକ୍ରି-ଇଦ୍ ରେ ଲକଡାଉନ କୋହଳ କରାଯାଇ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦିଆଗଲା ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ।
ସୁପ୍ରିମକୋର୍ଟ ବକ୍ରି-ଇଦ୍ କୁ ଦୃଷ୍ଟିରେ ରଖି ଲକଡାଉନରେ କୋହଳ ଦିଆଯିବା ନେଇ କେରଳ ସରକାରଙ୍କ କଡା ଭର୍ତ୍ସନା କରିଛନ୍ତି । ଆଶ୍ଚର୍ଯ୍ୟକର କଥା ଯେ, ରାଜ୍ୟ ସରକାର ଟ୍ରେଡର୍ସଙ୍କ ଚାପର ବଶବର୍ତ୍ତୀ ହୋଇଲେ । ପୁଣି କେରଳ ସରକାରଙ୍କ ଏହି ମାମଲାରେ ଦାଖଲ କରିଥିବା ସତ୍ୟପାଠ ଚିନ୍ତାଜନକ ଅଟେ । କେରଳ ସରକାର ଯେଉଁ କାରଣ ଉଲ୍ଲେଖ କରିଛନ୍ତି ତାହା ଭାରତର ସମସ୍ତ ନାଗରିକଙ୍କ ଜୀବନର ଅଧିକାରର ଗ୍ୟାରେଣ୍ଟି ପ୍ରଦାନ କରୁନାହିଁ । କେରଳ ସରକାର ବକ୍ରି-ଇଦ୍ ଅବସରରେ ଏହି ଧରଣର କୋହଳ ଦେଇ ଦେଶର ନାଗରିକଙ୍କ ପାଇଁ ଦେଶବ୍ୟାପୀ କରୋନାର ବିପଦକୁ ବଢାଇ ଦେଇଛନ୍ତି ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆମେ କେରଳ ସରକାରକୁ ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ନିହିତ ଜୀବନର ଅଧିକାରକୁ ଧ୍ୟାନରେ ରଖି ନିର୍ଦ୍ଦେଶ ଦେଉଛୁ । ଯଦି ବକ୍ରି-ଇଦ୍ ପାଇଁ ରାଜ୍ୟ ଦ୍ଵାରା ଦିଆଯାଇଥିବା କୋହଳରୁ କରୋନା ବ୍ୟାପେ ତେବେ କେରଳ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କିନ୍ତୁ ବକ୍ରି-ଇଦ୍ ଅବସରରେ ଲକଡାଉନରେ କୋହଳ ନେଇ କେରଳ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ କୌଣସି ଆଦେଶ ଦେଇ ନାହାନ୍ତି ସୁପ୍ରିମକୋର୍ଟ । ଲକଡାଉନ କୋହଳର ଆଜି ହେଉଛି ଶେଷ ଦିନ । ଆବେଦନକାରୀଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ବିକାଶ ସିଂହ କହିଛନ୍ତି, କିଛି ଆଦେଶ ପାରିତ କରାଯାଇପାରିବ । ହେଲେ ଏବେ ଆଉ ଏହାର କୌଣସି ଅର୍ଥ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।




admin 