କେନ୍ଦ୍ରାପଡାରେ ଗଣେଶ୍ୱର ବେହେରାଙ୍କ ଶକ୍ତି ପ୍ରଦର୍ଶନ
କେନ୍ଦ୍ରାପଡାରେ ଗଣେଶ୍ୱର ବେହେରାଙ୍କ ଶକ୍ତି ପ୍ରଦର୍ଶନ
admin
Apr 24, 2019 - 06:16
Updated: Apr 24, 2019 - 06:16
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ କଂଗ୍ରେସର ବିପୁଳ ବିଜୟ ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ, ତରଡିପାଳ, ଅଳପୁଆ ଓ ସିଂହଗାଁ ପଂଚାୟତରେ କଂଗ୍ରେସ ପକ୍ଷରୁ ବିରାଟ ବାଇକ ଶୋଭାଯାତ୍ରା ଓ ରୋଡସୋ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରାପଡା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ୧୫ନଂ. ଜୋନ କଂଗ୍ରେସ ସଭାପତି ଜ୍ୟୋତିରଞନ ପ୍ରଧାନ, ବରିଷ୍ଠନେତା ଅଜୟ ବିଶ୍ୱାଳ, ଯୁବନେତା ରଶ୍ମୀରଞନ ସ୍ୱାଇଁ, ସରପଂଚ କୁଳମଣି ମଳିକ ଓ ଅନ୍ନପୂର୍ଣ୍ଣା ସେଠୀ, ଶ୍ରୀକାନ୍ତ ସାମଲ, କରୁଣାକର ଜେନା, ନୃସିଂହ ବିଶ୍ୱାଳ, ଧନେଶ୍ୱର ପ୍ରଧାନ, ଅଧିକାରୀ ଶରତ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ସେଠୀ, କାଙ୍ଗାଳୀ ସେଠୀ, ଚନ୍ଦନ ସାହୁ, ରଞିତ ନାୟକ, କୈଳାସ ଦାସ, ପ୍ରଫୁଲ୍ଲ ପ୍ରଧାମନ, ଯଶୋବନ୍ତ ରାଉତ, ନିରଞନ ପାଢୀ, କଳ୍ପତରୁ ବିଶ୍ୱାଳ, ବାବାଜି ପରିଡା, ମନୋଜ ରାଉତ, ଅଭିଷେକ ବିଶ୍ୱାଳ, ପୁରୁଷୋତମ ସେଠୀ, ରଞିତ ମଲ୍ଲିକ, ଗଣେଶ ମଲ୍ଲିକ, ସତ୍ୟରଞନ ମଲ୍ଲିକ, ଜୟଦେବ ବାରିକ, ସିଦ୍ଧାର୍ଥ ଦାସ, ନୟନ ରାଉତ, ତାପସ ଦାସ, ନିର୍ମଳ ଖଣ୍ଡାୟୀ, ଅଶୋକ ମଲ୍ଲିକ, ଅଲେଖ ମଳିକ ପ୍ରମୁଖ ବହୁ କଂଗ୍ରେସନେତା ଓ କର୍ମକର୍ତା ବିରାଟ ବାଇକ ଶୋଭାଯାତ୍ରାରେ ଦାଣ୍ଡିସାହି କଲେଜ ଛକ ଠାରୁ ବାହାରି ଦାଣ୍ଡିସାହି, ପେଣ୍ଠପାଳ, କୋଳଥିଆ, ତୁଳସୀଡିଆ, କୂଳସାହି, ଘାଗରାଡିଆ, ତରଡିପାଳ., ପୋଖରୀକୂଳ, ଅଳପୁଆ, ଶାସନ, ମିଶ୍ରବାଗ, ରାମନାୟକଡିଆ, ଦାମୋଦରପାଟଣା, ସୋବଳପୁର, କୃଷ୍ଣଦାସପୁର, ନୂଆପାଟଣା, ରାଉଳିଆ, ସିଂହଗା. କୃଷ୍ଣଦାସପୁର ଆଦି ବିଭିନ୍ନ ଅଂଚଳ ପରିକ୍ରମା କରି କଂଗ୍ରେସ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ସହିତ କେନ୍ଦ୍ରାପଡା ଜିଲ୍ଲାର ଅପ୍ରତିଦ୍ୱନ୍ଦୀ ନେତୃତ୍ୱ ଗଣେଶ୍ୱର ବେହେରାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।