କେନ୍ଦ୍ରାପଡ଼ାରେ ମୁଖ୍ୟ ଶାସନ ସଚିବଙ୍କ ଫନି ସମୀକ୍ଷା
କେନ୍ଦ୍ରାପଡ଼ାରେ ମୁଖ୍ୟ ଶାସନ ସଚିବଙ୍କ ଫନି ସମୀକ୍ଷା
admin
May 9, 2019 - 10:19
Updated: May 9, 2019 - 10:19
କେନ୍ଦ୍ରାପଡ଼ା: ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗୁରୁବାର ଫନି ସମୀକ୍ଷା ପାଇଁ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଛନ୍ତି ଫନି ଯୋଗୁଁ ଜିଲ୍ଲାରେ ୩ ଜଣଙ୍କ ମୃତୁ୍ୟ ଘଟିଛି । ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।
ବାତ୍ୟା ପୂର୍ବରୁ କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ । ଲୋକଙ୍କ ଜୀବନକୁ ଆମେ ସୁରକ୍ଷିତ କରିପାରିଛୁ । ବିଦୁ୍ୟତ ସଂଯୋଗ ୮୦ ପ୍ରତିଶତ ଏଯାଏଁ କରାଯାଇପାରିଛି । ଖୁବ କମ ଦିନରେ ଶତପ୍ରତିଶତ ବିଦୁ୍ୟତ ସଂଯୋଗ ଦିଆଯିବ । ଭୁବନେଶ୍ୱରରୁ କିଛି ବିଦୁ୍ୟତ ଜିନିଷ ଆସୁଛି । ଏଗୁଡ଼ିକ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଏବଂ ଦିନେ କି ଦୁଇ ଦିନ ମଧ୍ୟରେ ସବୁ ଅସୁବିଧାର ସମାଧାନ ହୋଇଯିବ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ଭଲ ପ୍ରସ୍ତୁତି କରାଯାଇଥିଲା । ଜଳ ଯୋଗାଣ କାମ ପୂର୍ବରୁ କରାଯାଇଛି । ରିଲିଫ ଯୋଗାଣ କାର୍ଯ୍ୟ ପୂର୍ବ ଭଳି ଜାରି ରହିଛି ବୋଲି ଶ୍ରୀ ପାଢୀ କହିଛନ୍ତି ।