କିରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ
କିରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ
ନବରଙ୍ଗପୁର: ଲକ୍ଷାଧିକ ଟଙ୍କା ହଡପ କରି ବହିଷ୍କୃତ ହୋଇଥିବା ମହିଳା କିରାଣୀ ଚନ୍ଦନା ମଣ୍ଡଳଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨୦୧୨ରୁ ୨୦୧୬ରେ ଡାବୁଗାଁ ତହସିଲରେ କିରାଣୀ ଦାୟିତ୍ବରେ ଥିବା ବେଳେ ବିଭିନ୍ନ ରୟାଲଟି ବାବଦର ଟଙ୍କାକୁ ବ୍ୟାଙ୍କର ଚେକ୍ ଗୁଡିକକୁ ଚଞ୍ଚକତା କରି ୬୮ଲକ୍ଷ୨୪ହଜାର ୭୧୦ ଟଙ୍କା ଆତ୍ମସାତ କରିଥିଲେ । ଏହି ଅଭିଯୋଗରେ ଭିଜିଲାନ୍ସ ମାମଲା ରୁଜୁ କରି ଗିରଫ କରିଥିବା ନବରଙ୍ଗପୁର ଡିଏସପି କଳାବତୀ ବାଘ ସୂଚନା ଦେଇଛନ୍ତି । ଏହା ପୂର୍ବର ୧ କୋଟି ୬୩ ଲକ୍ଷଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଡାବୁଗା ପୁଲିସ ଏକ ମାମଲା ରୁଜୁ କରି ଚନ୍ଦନାଙ୍କୁ ଗିରଫ କରିଥିଲା । ଏହି ଅଭିଯୋଗରେ ଚନ୍ଦନାଙ୍କୁ ଜିଲ୍ଲାପ୍ରଶାସନ ଚାକିରିରୁ ବହିଷ୍କୃତ କରିଥିଲା । ଏବେ ପୁଣି ଭିଜିଲାନ୍ସ ଅନ୍ୟ ଏକ ମାମଲା ରୁଜୁ କରି ଗିରଫ କରିଛି ।




admin 