ନବକିଶୋର ଦାସଙ୍କ ଗଙ୍ଗାଶ୍ରାଦ୍ଧ କାର୍ୟ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବକିଶୋର ଦାସଙ୍କ ଗଙ୍ଗାଶ୍ରାଦ୍ଧ କାର୍ୟ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ନବକିଶୋର ଦାସଙ୍କ ଗଙ୍ଗାଶ୍ରାଦ୍ଧ କାର୍ୟ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା :ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯିବେ । ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ଗଙ୍ଗାଶ୍ରାଦ୍ଧ କାର୍ୟ୍ୟକ୍ରମରେ ସେ ଯୋଗ ଦେବେ। ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍‌ ପଡ଼ିଆରେ ଏନେଇ ପ୍ରସ୍ତୁତି ଶେଷ ହୋଇଛି । ପାଖରେ ହେଲିପ୍ୟାଡ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ, ବିଧାୟକ, ସାଂସଦ, ବିରୋଧୀ ରାଜନୈତିକ ଦଳର ନେତାମାନେ ମଧ୍ୟ ଯୋଗ ଦେବେ । ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ପୂର୍ବାହ୍ଣ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ୧୧ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ଅଭିମୁଖେ ଯିବେ । ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଓହ୍ଲାଇବେ । ସେଠାରୁ ହେଲିକେପ୍ଟରରେ ସରବାହାଲସ୍ଥିତ ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲ ପାଖ ପଡ଼ିଆରେ ଓହ୍ଲାଇବେ । ସେଠାରୁ କାର୍‌ରେ ସରବାହାଲ ହାଇସ୍କୁଲ ପଡ଼ିଆରେ ହେବାକୁ ଥିବା ନବଙ୍କ ଦ୍ୱାଦଶାହ କାର୍ୟ୍ୟକ୍ରମରେ ୧୨ଟା ୧୫ ମିନିଟ୍‌ରେ ଉପସ୍ଥିତ ରହିବେ । ୧୨ଟା ୫୦ରେ ସଭାସ୍ଥଳରୁ ବାହାରି ହେଲିକପ୍ଟରରେ ଝାରସୁଗୁଡ଼ା ବିମାନବନ୍ଦର ଏବଂ ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଫେରିବାର କାର୍ୟ୍ୟକ୍ରମ ରହିଛି ।