କିଛି ମାସ ମଧ୍ୟରେ ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

କିଛି ମାସ ମଧ୍ୟରେ ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

କିଛି ମାସ ମଧ୍ୟରେ ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ


ଭୁବନେଶ୍ୱର: ଆଉ କିଛି ମାସ ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଓଡ଼ିଶା ଗସ୍ତ ବେଳେ ଏଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିଲାଗି ଉଭୟ ଡିଜାଇନ୍‌ ଓ ଟେଣ୍ଡର୍‌ ସରିଛି ବୋଲି ସେ ସୂଚନା ଦେଇଛନ୍ତି । ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍‌ ହେବାରେ ପ୍ରଥମ ପର୍ୟ୍ୟାୟରେ ୩୦୮କୋଟି ଟଙ୍କା ଖର୍ଚ୍ଚ ହେବ ।

ଭୁବନେଶ୍ୱର ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ୍‌ ପଟେ ୫ ମହଲା କୋଠା ନିର୍ମାଣ କରାଯିବ । ସେଥିରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ଉପରକୁ ଆଉ ୪ ମହଲା ରହିବ । ଏହି କାମ ୨୦୨୪ ସୁଦ୍ଧା ସରିବ । ତେବେ ବିଶ୍ୱସ୍ତରୀୟ ରେଳ ଷ୍ଟେସନର ମୁଖ୍ୟ ଆକର୍ଷଣ ସାଜିବ ୧୦୮ ମିଟରର ଏୟାର୍‌ କୋନକୋର୍ସ । ବିଶ୍ୱସ୍ତରୀୟ ଷ୍ଟେସନରେ ବିଶାଳ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ । ବଡ଼ ବଡ଼ ଫୁଟ୍‌ ଓଭର୍‌ ବ୍ରିଜ୍‌ ରହିବ । ଏୟାର୍‌ କୋନକୋର୍ସ ସହ ବିଶାଳ ବସିବା ସ୍ଥାନ, ଲାଉଞ୍ଜ ଓ ଷ୍ଟଲ୍‌ ମଧ୍ୟ ହେବ ।

ସୂର୍ୟ୍ୟାଲୋକରେ ଆଲୋକିତ ହେବା ପାଇଁ ଏକ୍ସକାଲେଟର୍‌ ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ଲାଟଫର୍ମକୁ ପ୍ରବେଶ ପଥ ପର୍ୟ୍ୟନ୍ତ ମୁକ୍ତ ସଂଯୋଗ ରହିବ । ପ୍ରତିଦିନ ୭୦ ହଜାରରୁ ଅଧିକ ଲୋକଙ୍କ ଯାତାୟାତକୁ ଲକ୍ଷ୍ୟ ରଖି ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି ।