କିଚେନ ରୁମରେ ଏହି ସବୁ ଉପରେ ରଖନ୍ତୁ ଧ୍ୟାନ
କିଚେନ ରୁମରେ ଏହି ସବୁ ଉପରେ ରଖନ୍ତୁ ଧ୍ୟାନ
ଭୁବନେଶ୍ୱର: ଖାଦ୍ୟ ବନାଇବାର ତରିକା କାମକୁ ଆହୁରି ବି ସହଜ କରିଦିଏ । ଖାସ କରି ଆପଣ ଜଲଦିରେ ଅଛନ୍ତି, ତାହେଲେ ଆପଣ କିଛି ଟିପ୍ସକୁ ଫଲୋ କରିବାକୁ ହେବ। ସେହିପରି କିଚେନ ଟିପ୍ସ ମଧ୍ୟ ଆପଣଙ୍କ କାମକୁ ସହଜ କରିପାରେ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଆମାଜିଙ୍ଗ ଟିପ୍ସ ଜଣାଇବୁ, ଯାହାଦ୍ୱାରା ଆପଣଙ୍କୁ କିଚେନରେ କାମ କରିବା ସହଜ ହୋଇଯିବ । ତେବେ ଆସନ୍ତୁ ଜାଣିବା କିଛି ୟୁଜଫୁଲ୍ ଟିପ୍ସ ।
- ପରିବାକୁ ଚୋପା ଛଡାଇ କିମ୍ବା କାଟିବା ପୂର୍ବରୁ ଭଲଭାବେ ଧୂଅଁନ୍ତୁ । କାଟି ସାରିବା ପରେ ଆଉ ପରିବାକୁ ଧୂଅନ୍ତୁନାହିଁ ।
- ଆଳୁ ଏବଂ ବାଇଗଣକୁ କାଟିବା ପରେ ଭିଜାଇ ଦିଅନ୍ତୁ, ଯାହାଦ୍ୱାରା ତାର ରଙ୍ଗ ଖରାପ ହେବନାହିଁ ।
- ପରିବାକୁ ପାଣିରେ ଫୁଟାଇବା ପରେ ପାଣିକୁ ଫୋପାଡନ୍ତୁନାହିଁ, ବରଂ ଏହାକୁ ଗ୍ରେଭୀ କରିବା ପାଇଁ ରଖନ୍ତୁ ।
- ସେଉକୁ କାଟିବାର କିଛି ସମୟ ପରେ ବ୍ରାଉନ ହେବା ଠାରୁ ଦୂରେଇ ରଖନ୍ତୁ । କଟା ହୋଇଥିବା ଜାଗାରେ ଅଳ୍ପ ଲେମ୍ବୁ ରସ ଲଗାଇ ଦିଅନ୍ତୁ । ଏପରି କଲେ ଲମ୍ବା ସମୟ ପର୍ଯ୍ୟନ୍ତ ସେଉ ଭଲ ରହିବ ଏବଂ ଫ୍ରେସ ଦେଖାଯିବ ।
- ଧନିଆ ପତ୍ରକୁ ନରମ କପଡାରେ ଘୋଡାଇ ଫି୍ରଜରେ ରଖିଦିଅନ୍ତୁ । ଏପରି କଲେ ଅଧିକ ସମୟ ପର୍ଯ୍ୟନ୍ତ ରହିବ ଏବଂ ଫ୍ରେସ ବି ଦେଖାଯିବ ।
- କଞ୍ଚା ଲଙ୍କାର ମୁଣ୍ଡି ବାହାର କରି ରଖନ୍ତୁ । ଏମିତି କଲେ ଲଙ୍କା ଅଧିକ ସମୟ ପର୍ଯ୍ୟନ୍ତ ରୁହେ ।
- ପିଆଜକୁ ଛଡାଇବା ପରେ ଅଧା କାଟି ଦିଅନ୍ତୁ । ମନେ ରଖନ୍ତୁ ଆଖିରୁ ଲୁହ ନଆସିବା ପାଇଁ ପିଆଜକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ ।
- ବାଦାମକୁ ଏକ କପ୍ ଗରମ ପାଣିରେ ୧୦ ମିନିଟ ପାଇଁ ଭିଜାଇ ରଖନ୍ତୁ । ଦେଖିବେ ଚୋପା ବହୁତ ସହଜରେ ବାହାରିଯିବ ।
- ସୁଖିଲା ଖୁଆକୁ କାଟିବା ପୂର୍ବରୁ ତାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ ତାପରେ ଛୁରୀକୁ କାଟିବା ପୂର୍ବରୁ ଗରମ ପାଣିରେ ବୁଡାଇ ଦିଅନ୍ତୁ ।




admin 