କାନପୁରରେ କୁବେର ବ୍ୟବସାୟୀ, ଟଙ୍କା ଗଣି ଗଣି ନୟାନ୍ତ ଜିଏସ୍ଟି ଅଧିକାରୀ
କାନପୁରରେ କୁବେର ବ୍ୟବସାୟୀ, ଟଙ୍କା ଗଣି ଗଣି ନୟାନ୍ତ ଜିଏସ୍ଟି ଅଧିକାରୀ
କାନପୁର: ଟ୍ୟାକ୍ସ ଠକେଇ କରି ଘରେ ରଖିଥିଲେ ବିଡ଼ା ବିଡ଼ା ଟଙ୍କା। ଗଣି ଗଣି ହାଲିଆ ହେଲେ ଜିଏସ୍ଟି ଅଧିକାରୀ। ଶେଷର ୮ଟି ମେସିନ୍ ଲଗାଇ ଟଙ୍କା ଗଣାଗଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀଙ୍କ ସହାୟତା ବି ନିଆଗଲା। ସବୁ ଟଙ୍କା ଗଣିବାକୁ ମେସିନ୍କୁ ଲାଗିଗଲା ୩୬ ଘଣ୍ଟା। କାନପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ବିପୁଳ ପରିମାଣରେ ଟଙ୍କା ଜବତ ହୋଇଛି। ଆୟକର ବିଭାଗର ଏବଂ ଜିଏସ୍ଟି ଇଣ୍ଟେଲିଜେନ୍ସ (ଡିଜିଜିଏ)ର ମିଳିତ ଟିମ୍ ଦ୍ୱାରା ଏହି ରେଡ୍ କରାଯାଇଥିଲା। ଗୁରୁବାର ପିୟୁସ୍ ଜୈନ ନାମକ ସମ୍ପୃକ୍ତ ବ୍ୟବସାୟୀଙ୍କ ଘରେ ଏହି ରେଡ୍ କରାଯାଇଲା। ପ୍ରାୟ ୧୫୦ କୋଟି ନଗଦ ଟଙ୍କା ତାଙ୍କ ଘରୁ ଜବତ କରାଯାଇଥିଲା। ଏହି ଟଙ୍କାକୁ ନେବାକୁ ଗୋଟିଏ ବଡ଼ ଟ୍ରକ୍ ମଧ୍ୟ ଆଣିବାକୁ ହୋଇଥିଲା।
ଅହମ୍ମାଦବାଦ ଜିଏସଟି ୟୁନିଟି କାନପୁରର ତ୍ରିମୂର୍ତ୍ତି ସୁବାସ ପ୍ରାଇଭେଟ ଲିମିଟେଡ କାରଖାନା ଓ ଗଣପତି ରୋଡ କ୍ୟାରିଅରର କାର୍ୟ୍ୟାଳୟ ଏବଂ ଗୋଡାଉନରେ ଯାଞ୍ଚ କାରିଥିଲା। ତ୍ରିମୂର୍ତ୍ତି ସୁବାସ ପ୍ରାଇଭେଟ ଲିମିଟେଡ୍ ଶିଖର ବ୍ରାଣ୍ଡର ପାନ୍ ମସାଲା ଏବଂ ତମାଖୁ ଉତ୍ପାଦନ କରୁଥିଲା ବେଳେ ଗଣପତି ରୋଡ୍ କ୍ୟାରିଅର୍ ଏହାକୁ ପରିବହନରେ ନିୟୋଜିତ ଥିଲା। ଅଧିକାରୀଙ୍କ ଅନୁଯାୟୀ, ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ପରିବହନକାରୀ ସଂସ୍ଥା ଭୂତ ସଂସ୍ଥା ନାମରେ ଏକାଧିକ ନକଲି ଇନଭଏସ୍ କରି ମାଲ ପରିବହନ କରୁଥିଲା।
ଏପରିକି ଇ-ୱେ ବିଲକୁ ଫାଙ୍କିବା ପାଇଁ ପ୍ରତି ଟ୍ରକ୍ରେ ୫୦,୦୦୦ ଟଙ୍କାରୁ କମ୍ ପରିମାଣ ମାଲ ପରିବହନ ହେଉଥିବା ଦର୍ଶାଯାଇଥିଲା। କ୍ୟାସ କାରବାର ନଗଦ ହୋଇଥିଲା। ଏହି ରେଡ୍ ବେଳେ ଗଣପତି ରୋଡ଼ କ୍ୟାରିଆର ପାଖରୁ ୨୦୦ରୁ ଅଧିକ ଜାଲିଆରତି ଇନ୍ଭଏସ୍ ଜବତ କରାଯାଇଛି। ଏସବୁ ବେଆଇନ କାରବାର ପିୟୁସ୍ଙ୍କ ପୃଷ୍ଠ ପୁଷକତାରେ ଚାଲିଥିଲା। ଜବତ ଟଙ୍କାରକୁ ୨୧ ଟି ବାକ୍ସରେ ଭର୍ତ୍ତି କରାଯାଇ ନିଆଯାଛି।




admin 