କାଠ ଫାଳିଆରେ ପିଟି ପତ୍ନୀକୁ ହତ୍ୟା କଲା ସଇତାନ ସ୍ୱାମୀ

କାଠ ଫାଳିଆରେ ପିଟି ପତ୍ନୀକୁ ହତ୍ୟା କଲା ସଇତାନ ସ୍ୱାମୀ

କାଠ ଫାଳିଆରେ ପିଟି ପତ୍ନୀକୁ ହତ୍ୟା କଲା ସଇତାନ ସ୍ୱାମୀ

କୋଷଗୁମୁଡା: କାଠ ଫାଳିଆରେ ପିଟି ପତ୍ନୀକୁ ହତ୍ୟା କରିଛି ସଇତାନ ସ୍ୱାମୀ । ନବରଙ୍ଗପୁର ଜିଲ୍ଲାରେ କୋଷାଗୁମୁଡ଼ା ବ୍ଲକ ବଡ଼ଆମ୍ବଡା ପଞ୍ଚାୟତର ଉମରଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ଉମରଗାଁ ଗାଁର ବୁଧବାରୀ ଭତରା (୩୫) । ଅଭିଯୁକ୍ତ ହତ୍ୟାକାରୀ ବନମାଳୀ ଭତରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପାରିବାରିକ କଳହକୁ କେନ୍ଦ୍ର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ବଚସା ଉଗ୍ରରୂପ ଧାରଣ କରିବା ପରେ ବନମାଳୀ କାଠଫାଳିଆରେ ବୁଧବାରୀଙ୍କ ମୁଣ୍ଡକୁ ପିଟି ଦେଇଥିଲା । ସେହିଠାରେ ବୁଧବାରୀଙ୍କ ମୃତୁ୍ୟ ଘଟିଥିଲା । ଏ ନେଇ ପୁଅ ଚୟତୁ କୋଷାଗୁମୁଡ଼ା ଥାନରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।