କହୁଣୀ କଳା ପଡ଼ିଛି କି...

କହୁଣୀ କଳା ପଡ଼ିଛି କି...

କହୁଣୀ କଳା ପଡ଼ିଛି କି...

ଆଜିକାଲି ବିଭିନ୍ନ ତ୍ବଚା ଜନିତ ସମସ୍ୟା ମଧ୍ୟରୁ ଅନେକ ଲୋକ  କହୁଣୀ କଳା ପଡିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି।  କହୁଣୀ କଳା ପଡିବା ଦ୍ବାରା, ଏହା ହାତର ସୁନ୍ଦରତାକୁ ନଷ୍ଟ କରିଥାଏ। ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ , ଆସନ୍ତୁ କିଛି ଘରୋଇ ଉପଚାର ବିଷୟରେ ଜାଣିବା।

-ପ୍ରତିଦିନ କହୁଣୀରେ ପୋଦିନା ପେଷ୍ଟ ଲଗାଇବା ଦ୍ବାରା, ଏହା କହୁଣୀକୁ କଳା ପଡିବାକୁ ଦେଇ ନଥାଏ।

-ପ୍ରତିଦିନ ଦିନକୁ ଦୁଇ ଥର କହୁଣୀରେ ନଡିଆ ତେଲ ଲଗାଇ ମାଲିସ୍ କରିବା ଦ୍ବାରା, ଧିରେଧିରେ ଏହି ସମସ୍ୟା କମ୍ ହୋଇଥାଏ।

-କହୁଣୀ କଳା ପଡୁଥିଲେ, ଏଥିପାଇଁ ଲେମ୍ବୁ ବହୁତ୍ ଲାଭଦାୟକ।  ଏଥିପାଇଁ କହୁଣୀରେ ପ୍ରତିଦିନ ଲେମ୍ବୁ ଚୋପା ଘସି ପାରିବେ।

-ହଳଦୀ ଗୁଣ୍ଡରେ କଂଚା କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି, ସେହି ପେଷ୍ଟକୁ ନେଇ କହୁଣୀ କଳା ପଡିଥିବା ସ୍ଥାନରେ ଲଗାଇ, ଶୁଖିବା ଯାଏ ଛାଡିବେ। ଏହା ଶୁଖିବା ପରେ ତାକୁ ଧୋଇ ସଫା କରିବେ।