କର୍ଲାପାଟରେ ପୁଣି ଗୋଟିଏ ହାତୀ ମୃତ

କର୍ଲାପାଟରେ ପୁଣି ଗୋଟିଏ ହାତୀ ମୃତ

କର୍ଲାପାଟରେ ପୁଣି ଗୋଟିଏ ହାତୀ ମୃତ
ଭବାନୀପାଟଣା: କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତୁ୍ୟବରଣ କରିଛି । ଜାକମ ଗାଁ ପାଖ ନାଳରୁ ମାଈ ହାତୀର ମୃତ ଦେହ ଠାବ କରାଯାଇଛି । ୧୨ ଦିନ ମଧ୍ୟରେ କର୍ଲାପାଟରେ ୪ଟି ହାତୀ ମୃତୁ୍ୟ ହେଲଣି । ବ୍ୟାକ୍ଟେରିଆ କାରଣରୁ ହାତୀ ମୃତୁ୍ୟ ଘଟୁଥିବା ସୂଚନା ରହିଛି । ହାତୀ ମୃତୁ୍ୟ ନେଇ ଡିଏଫଓ ଅଶୋକ କୁମାର କହିଛନ୍ତି ଯେ, କର୍ଲାପାଟକୁ ଭୁବନେଶ୍ୱରରୁ ବିଶେଷଜ୍ଞ ଟିମ ଆସୁଛନ୍ତି । ସେଂଟର ଫର୍ ୱାଇଲ୍ଡ ଲାଇଫ ଲ୍ୟାବକୁ ଯିବ ମୃତ ହାତୀଙ୍କ ସାମ୍ପଲ । ଏହି ସାମ୍ପଲ ଯାଇ ସେଠାରେ ପରୀକ୍ଷା କରଯିବ । କାହିଁକି ହାତୀ ମୃତୁ୍ୟବରଣ କରୁଛନ୍ତି ତାହାର ସ୍ପଷ୍ଟ କାରଣ ଚିହ୍ନଟ ହୋଇପାରିବ ।