ଉତ୍ତରାଖଣ୍ଡ ହିମସ୍ଖଳନ : ୩୬ଟି ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡ ହିମସ୍ଖଳନ : ୩୬ଟି ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡ ହିମସ୍ଖଳନ : ୩୬ଟି ମୃତଦେହ ଉଦ୍ଧାର
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାସ୍ଥିତ ତପୋବନଠାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁଡ଼ଙ୍ଗ ମଧ୍ୟରେ ୨୫ରୁ ୩୫ ଜଣ ଲୋକ ଅଟକି ରହିଥିବାର ଆଶଙ୍କା କରାଯାଉଛି । ଇତି ମଧ୍ୟରେ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି ଓ ୧୬୮ଜଣ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ । ତପୋବନର ଧଉଳି ଗଙ୍ଗା ଜଳବିଦ୍ୟୁତ୍‍ ପ୍ରକଳ୍ପଠାରେ ହଠାତ୍‍ ବନ୍ୟା ଆସିବାର ୧୦୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜ ଲୋକମାନଙ୍କ ବିଷୟରେ କୌଣସି ଖବର ମିଳିନାହିଁ । ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚମୋଲି ଜିଲ୍ଲାର ତପୋଭାନ୍‌ରେ ଉଦ୍ଧାରୀ କାର୍ଯ୍ୟ ୬ ଦିନରେ ପହଞ୍ଚିଛି । ଏପଟେ ନଦୀରୁ ଶରୀର ଖୋଜିବା ପାଇଁ ଏକ ଟିମ୍‌ ନିୟୋଜିତ ହୋଇଛି । ଉଦ୍ଧାରୀ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ସମସ୍ତ ଦଳ ପୂରା ଦିନ ତମାମ ଉଦ୍ଧାର କାମରେ ଲାଗି ରହିଛନ୍ତି ।