କରୋନା ସଚେତନତା ଗୀତ ଗାଇଲେ ଆସିକା ସାଂସଦ

କରୋନା ସଚେତନତା ଗୀତ ଗାଇଲେ ଆସିକା ସାଂସଦ

କରୋନା ସଚେତନତା ଗୀତ ଗାଇଲେ ଆସିକା ସାଂସଦ
ଭଞ୍ଜନଗର: ମହାମାରୀ କରୋନା ପାଇଁ ସଚେତନତା ଗୀତ ଗାଇଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ । ମାଆମାନେ ନିଜ ପିଲାଛୁଆଙ୍କୁ ଯତ୍ନରେ ଘରେ ରଖିବା ସହ ନିଜେ ଘରେ ସୁରକ୍ଷିତ ରହିବାକୁ ସେ ଗୀତ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ସାଂସଦ ପ୍ରମିଳା ବିଷୋୟୀ କରୋନା ସମ୍ପର୍କରେ ଗାଇଥିବା ଗୀତରେ ‘ବାହାର ଦେଶରୁ ଆସି କରୋନା ବିଶ୍ୱକୁ ଗଲାଣି ଗ୍ରାସୀ, ଆସ ଘରେ ରହି ତାକୁ ରୋକିବା ମୋ ପ୍ରିୟ ଓଡ଼ିଶାବାସୀ’ ବୋଲି ଜନସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଗୀତରେ ସେ ସାମାଜିକ ଦୂରତ୍ୱ ରକ୍ଷା ସହ ସାବୁନରେ ବାରମ୍ବାର ହାତ ଧୋଇବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ଏହି ସମୟରେ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି । ମାସ୍କ ପିନ୍ଧି ଘରେ ସୁରକ୍ଷିତ ରହିବା ଉପରେ ନିଜର ଗୀତରେ ଫୋକସ କରିଛନ୍ତି ସାଂସଦ ପ୍ରମିଳା ବିଷୋୟୀ । ଏକ ଓଡ଼ିଆ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସାଂସଦ ଭାବବିହ୍ୱଳ ହୋଇ ଏଭଳି ଗୀତ ଗାଇ ସରକାରଙ୍କୁ ସାହାଯ୍ୟ କରିବାକୁ ନିବେଦନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।