କରୋନା ପାଇଁ ଖୋଲାହେବ କ୍ୱାରେନଟାଇନ୍ ସେଂଟର ।

କରୋନା ପାଇଁ ଖୋଲାହେବ କ୍ୱାରେନଟାଇନ୍ ସେଂଟର ।

କରୋନା ପାଇଁ ଖୋଲାହେବ କ୍ୱାରେନଟାଇନ୍ ସେଂଟର ।
ରାଜଧାନୀରେ ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେଟାଇନ ସେଂଟର ପାଇଁ ଚିହ୍ନଟ କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, ଯାତ୍ରୀ ନିବାସ, କମ୍ୟୁନିଟି ସେଂଟର, ବିଜେପି କଲେଜର ଆର୍ଟ୍ସ ବ୍ଲକ, ଏକାମ୍ର କଲେଜରେ କ୍ୱାରେଟାଇନ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି । ସେପଟେ, ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଳାବଜାରୀ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।